ଦିଲ୍ଲୀପଙ୍କ ମୃତ୍ୟୁ ପରେ ହାଇଟେକ୍‌ ହସ୍ପିଟାଲରେ ପ୍ରବଳ ଉତ୍ତେଜନା

ଭୁବନେଶ୍ୱର,୬।୧: ‘ ମୋ ପୁଅକୁ ମାରିଦେଲେ ଦିଲୀପଙ୍କ ମା’ । ପୁଅକୁ ଜାଣିଶୁଣି ମାରିଦେଇଥିବା କହିଲେ ଦିଲୀପଙ୍କ ମା’ । ‘ପୁଅ ଜୀବିତ ଥିବା ଶୁଣି ମେଡିକାଲ ଦୌଡ଼ି ପଳାଇ ଆସିଥିଲି’ । ‘ଗୋଟାଏ ରାତି ଯାଏଁ ପୁଅ ଭଲ ଥିଲା, ମୋ ସହ କଥା ହୋଇଥିଲା’ । ‘୨ଟା ରାତିରେ ହଠାତ କହିଲେ ତମ ପୁଅ ଅବସ୍ଥା ସଙ୍କଟାପନ୍ନ’ । ‘୩ଟା ରାତିରେ ଆସି କହିଲେ ତମ ପୁଅ ଆଉ ନାହିଁ’ । ଗଣମାଧ୍ୟମକୁ ଏପରି ପ୍ରତିକ୍ରିୟା ଦେଇଛନ୍ତି ଦିଲୀପଙ୍କ ମାଆ ।ଦିଲ୍ଲୀପଙ୍କ ମୃତ୍ୟୁ ପରେ ହାଇଟେକ୍‌ ହସ୍ପିଟାଲରେ ପ୍ରବଳ ଉତ୍ତେଜନା । ଦିଲ୍ଲୀପଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଗତକାଲି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କୁହାଯାଇଥିଲା । ରାତି ଗୋଟାଏରେ ଦିଲ୍ଲୀପଙ୍କ ସହ କଥା ହୋଇଥିଲେ ତାଙ୍କ ମାଆ । କିନ୍ତୁ ରାତି ୩ଟାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଯାହାକୁ ନେଇ ହସ୍ପିଟାଲ ବାହାରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି । ସେପଟେ ମୃତଦେହ ହସ୍ତାନ୍ତର ନେଇ ପ୍ରତିକ୍ରିୟା ରଖିଛନ୍ତି DCP ।DNA ରିପୋର୍ଟ ଆସିବା ପରେ ୨ ପରିବାର ଉପସ୍ଥିତିରେ ହେବ ଶବ ହସ୍ତାନ୍ତର ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏଠି ପ୍ରଶ୍ନ ରାତି ଗୋଟାଏରେ ଯଦି ସ୍ବାସ୍ଥାବସ୍ଥା ଭଲ ଥିଲା ତେବେ ରାତି ୩ଟାରେ କିପରି ମୃତ୍ୟୁ ହେଲା । ଦିଲ୍ଲୀପ ବଞ୍ଚିଥିଲେ ସତ ପଦାକୁ ଆସିଥାନ୍ତା । ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ତାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!