ଭିଜିଲାନ୍ସ ଜାଲରେ ବିଲେଇପଦା RI ମୀର୍ ମହମ୍ମଦ ଖାନ୍‌

କେନ୍ଦୁଝର,୬।୧ : ଭିଜିଲାନ୍ସ ଜାଲରେ ବିଲେଇପଦା ଆରଆଇ। ଜମି ମ୍ୟୁଟେସନ ପାଇଁ ୨୦ ହଜାର ଲାଞ୍ଚ ନେବାବେଳେ ଆରଆଇଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌। ବିଲେଇପଦା ଆରଆଇ ମୀର୍ ମହମ୍ମଦ ଖାନ୍‌ଙ୍କୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ସହ ଧରିବା ସହ ତାଙ୍କ ସରକାରୀ ବାସଭବନ ସମେତ ୩ଟି ସ୍ଥାନରେ ଚଢାଉ କରିଛି।୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ବିଲେଇପଦାର ରାଜସ୍ୱ ନିରୀକ୍ଷକ (ଆରଆଇ) ପିର୍ ଖାନ। ଜମି ପଟ୍ଟା କରାଇଦେବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତେବେ ଲାଞ୍ଚ ନେଇ ଧରାପଡ଼ିବା ପରେ ସେ ଖସି ପଳାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ଯୋଡ଼ା ବ୍ଳକ ମୁର୍ଗାବେଡ଼ା ଅଞ୍ଚଳର ଦୁବୁରାଜ ହେମ୍ରମ ଅନଲାଇନରେ ଜମି ପଟ୍ଟା ପାଇଁ ଆବେଦନ କରିଥିଲେ। ତା’ସତ୍ତ୍ୱେ ସେ ଜମି ପଟ୍ଟା ପାଇ ପାରୁ ନ ଥିଲେ। ଏନେଇ ସେ ବହୁବାର ବିଲେଇପଦା ଆରଆଇ ପିର୍ ଖାନଙ୍କୁ କହିଥିଲେ। ତେବେ ଜମି ପଟ୍ଟା କରାଇ ଦେବା ପାଇଁ ସେ ଦୁବୁରାଜ ହେମ୍ରମଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ। ଏନେଇ ଦୁବୁରାଜ କେନ୍ଦୁଝର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।ଯୋଜନା ମୁତାବକ ଆଜି ଆରଆଇ ପିର୍ ଖାନ ନିଜ କାର୍ଯ୍ୟାଳୟରେ ଦୁବୁରାଜଙ୍କ ଠାରୁ ୨୦ ହଜାର ଟଙ୍କା ଅଗ୍ରୀମ ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଲାଞ୍ଚ ନେଇ ଧରାପଡ଼ିବା ପରେ ଭିଜିଲାନ୍ସ ତାଙ୍କର ବଡ଼ବିଲ ତହସିଲ କଲୋନୀ ସ୍ଥିତ ସରକାରୀ ବାସଭବନ ଓ ତେଲକୋଇ ସ୍ଥିତ ପୈତୃକ ଘରେ ଚଢ଼ାଉ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!