ଅଯୋଧ୍ୟାର ଭବ୍ୟ ମନ୍ଦିରରେ ପୂଜା ପାଇବେ କଳା ରଙ୍ଗର ପଥରରେ ତିଆରି ରାମ ଲଲା

ନୂଆଦିଲ୍ଲୀ,୬।୧:ଅଯୋଧ୍ୟାରେ ରାମଲଲାଙ୍କ ପ୍ରତିମୂର୍ତ୍ତି ସଂପର୍କରେ ଆସିଲା ବଡ ସୂଚନା ।  କଳା ରଙ୍ଗର ରାମଲଲାଙ୍କ ପ୍ରତିମୂର୍ତ୍ତି ମନ୍ଦିରରେ ପୂଜା ପାଇବେ । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମୁଖ୍ୟ ଚମ୍ପତ ରାୟ ଏ ବିଷୟରେ ସୂଚନା ଦେଇଛନ୍ତି । ୫ ବର୍ଷର ବାଳକ ଭାବେ ପୂଜା ପାଇବେ ରାମଲଲା । କଳା ରଙ୍ଗର ପଥର ପ୍ରତିମାର ଉଚ୍ଚତା ରହିଛି ୫୧ ଇଞ୍ଚ ।ଏହି ସୂଚନା ଦେଇଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ।ସେ ତାଙ୍କ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଭଗବାନ ଶ୍ରୀ ରାମ ଲଲାଙ୍କର ଯେଉଁ ମୂର୍ତ୍ତି ତିଆରି ହୋଇଛି, ତାହା ଏକ ପାଞ୍ଚ ବର୍ଷର ବାଳକ ସ୍ୱରୂପ। ଶିଶୁ ସୁଲଭ ସରଳତା, ରାଜପୁତ୍ର ଓ ଦୈବତ୍ୱର ସମାହାରରେ ମୂର୍ତ୍ତିଟି ତିଆରି ହୋଇଛି। ମୂର୍ତ୍ତିର ଉଚ୍ଚତା ୫୧ ଇଞ୍ଚ ରହିଛି। କଳା ପଥରରେ ଏହାକୁ ତିଆରି କରାଯାଇଛି। ମୂର୍ତ୍ତିଟି ବହୁତ ଆକର୍ଷଣୀୟ ହୋଇଛି।ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ସାଧାରଣ ସମ୍ପାଦକ ଏ ବିଷୟରେ ଆଜି ସୂଚନା ଦେଇଛନ୍ତି । କଳା ପଥରରେ ରାମଲଲାଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି । କଳା ରଙ୍ଗରେ ଝଲସିବେ ପ୍ରଭୁ ଶ୍ରୀରାମ । ୫ ବର୍ଷର ବାଳୁତ ରାମଲଲାଙ୍କ ମୂର୍ତ୍ତି ବେଶ୍ ଆକର୍ଷଣୀୟ ରହିଛି । ଆସନ୍ତା ୨୨ ତାରିଖ ଦିନ ଏହି ବିଗ୍ରହ ଅଯୋଧ୍ୟା ରାମ ମନ୍ଦିରରେ ପ୍ରତିଷ୍ଠା ହେବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!