ଶ୍ରୀଲଙ୍କା ୨୧ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା

ନୂଆଦିଲ୍ଲୀ,୬।୧:ଶ୍ରୀଲଙ୍କା ୨୧ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା |ଶ୍ରୀଲଙ୍କା ସରକାର ୨୧ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଚେନ୍ନାଇକୁ ପଠାଇଛନ୍ତି। ଏହି ମତ୍ସ୍ୟଜୀବୀମାନଙ୍କୁ ଶ୍ରୀଲଙ୍କା ନୌସେନା ଶ୍ରୀଲଙ୍କା ଜଳରାଶିରେ ବେଆଇନ ମାଛ ଧରିବା ଅଭିଯୋଗରେ ଗିରଫ କରିଥିଲା। ଗତ ବର୍ଷ ଶ୍ରୀଲଙ୍କା ନୌସେନା ଦ୍ୱାରା ୩୩ ଜଣ ଭାରତୀୟ ନାବିକ ଏବଂ ୨୨୦ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିଲା।ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ରାଜ୍ୟ ବିଜେପି ସଭାପତି ଅନ୍ନାମଲାଇ ମଧ୍ୟ ଗତ ବର୍ଷ ଅକ୍ଟୋବରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖି ଶ୍ରୀଲଙ୍କା ନୌସେନା ଦ୍ୱାରା ଭାରତୀୟ ମତ୍ସ୍ୟଜୀବୀଙ୍କୁ ବାରମ୍ବାର ଗିରଫ କରିବା ନେଇ ଉଦବେଗ ପ୍ରକାଶ କରିଥିଲେ। ଜୁଲାଇରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରେମେସିଂହଙ୍କ ଭାରତ ଗସ୍ତ ସମୟରେ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!