ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୬।୧ :- କେନ୍ଦ୍ର ସରକାର ଙ୍କ ହିଟ ଆଣ୍ଡ ରନ ଆଇନ୍ କୁ ବିରୋଧ କରି ଗତ ଦୁଇଦିନ ହେଲା ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦର ମହକୁମା ଠାରେ ଓଡ଼ିଶା ଡ଼୍ରାଇଭର ମହାସଂଘର ନିର୍ଦ୍ଦେଶରେ ଡାବୁଗାଁ ଡ୍ରାଇଭର ମହାସଂଘ ତରଫରୁ ଷ୍ଟେରିଂ ଛାଡ଼ ଆନ୍ଦୋଳନ ଶନିବାର କରାଯାଇଛି | ଡାବୁଗାଁ ବ୍ଳକ ସଭାପତି ସନ୍ତୋଷ ଭତ୍ରl ଙ୍କ ସହ ଡାବୁଗାଁ ବ୍ଳକ ର ସମସ୍ତ ଡ୍ରାଇଭର ବହୁ ସଂଖ୍ୟାରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି | କେନ୍ଦ୍ର ସରକାର ନୂଆ ନିୟମ କୁ ହଟାଇବା ଦାବୀ ନେଇ ଡ଼୍ରାଇଭରମାନେ ଏହି ଆନ୍ଦୋଳନ ଜାରୀ ରହିବ ବୋଲି ଡ଼୍ରାଇଭର ସଂଘ ସ୍ଲୋଗାନ ମାଧ୍ୟ୍ୟମରେ ପ୍ରତିବାଦ ଜଣାଇଥିଲେ। ଏହାସହ ବିଗତ ଦିନରେ ଡ୍ରାଇଭର ମହାସଂଘ ର କିଛି ଦାବିନେଇ ଆନ୍ଦୋଳନ କରିଥିଲେ କିନ୍ତୁ ରାଜ୍ୟ ସରକାର ଆମକୁ ମିଛ ପ୍ରତିଶୃତି ଦେଇ ଆନ୍ଦୋଳନ କୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ଏବଂ ଆଗାମୀ ଦିନରେ ଦାବୀ ପୂରଣ ହେବ ବୋଲି ପ୍ରତିଶୃତି ଦେଇ ଠକି ଚାଲିଛନ୍ତି | ବର୍ତମାନ ଏହି ଆନ୍ଦୋଳନ ଯେ ପର୍ଯ୍ୟନ୍ତ ଦାବୀ ପୂରଣ ହୋଇନାହିଁ ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ କରାଯିବ ବୋଲି ଡ୍ରାଇଭର ମହାସଂଘ ଚେତାବନୀ ଦେଇଛନ୍ତି | ଡ୍ରାଇଭର ମହାସଂଘ ରେ ଟ୍ରକ୍, ବସ୍,ବୋଲେରୋ ସହ ଅନ୍ୟାନ୍ୟ ଗାଡ଼ି ଡ୍ରାଇଭର ମାନେ ଉପସ୍ଥିତ ଅଛନ୍ତି । ଏହି ଆନ୍ଦୋଳନ ରେ ବହୁ ଲୋକେ ପ୍ରଭାବିତ ହୋଇ ଛନ୍ତି, ଗାଡ଼ି ଚଳା ଚଳ ନ ହେବାରୁ ଯାତ୍ରୀ ଅସୁବିଧାର ସମୁଖୀନ ହେଉଛନ୍ତି ! ଯାନବାହାନ ମଧ୍ୟ ଯାତାୟାତ କମ୍ ଦେଖିବାକୁ ମିଳିଛି , ଶାନ୍ତି ଶୃଙ୍ଖଳା ସହ ଆଜିର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଓ ଦାବି ପୂରଣ ନ ହେଲେ ସଂଘ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ରହିବ ବୋଲି ଚେତାବନୀ ଦେଇଛି | ଆନ୍ଦୋଳନ ରେ କେନ୍ଦ୍ର ସରକାର ଙ୍କ ନୁଆ ନିୟମ ରେ ଗାଡ଼ି ଚାଳକ ଦୁର୍ଘଟଣା କରିଲେ ୭ ଲକ୍ଷ ଜୋରିମାନା ଓ ୧୦ ବର୍ଷ ଜେଲ କାରାଦଣ୍ଡ ପ୍ରାବଧାନ କୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |