ମାଲକାନଗିରି ବିମାନବନ୍ଦରରୁ ଉଡ଼ିବ ବିମାନ ଆଜି

ଭୁବନେଶ୍ୱର,୭।୧: ଆଜି ମାଲକାନଗିରି ବିମାନବନ୍ଦରରୁ ବିମାନ ଉଡ଼ିବ । ମାଲକାନଗିରି ବିମାନବନ୍ଦରରୁ ଟ୍ରାୟଲ ରନ୍ ହେବ । ଟ୍ରାୟଲ ରନ ପାଇଁ ରନୱେ , ଟର୍ମିନାଲ ପସ୍ତୁତ ରହିଛି । ଏହି ବିମାନବନ୍ଦର ଖୁବଶିଘ୍ର ଉଦଘାଟନ ହେବ ବୋଲି କୁହାଯାଉଛି ।ଗତ ଡିସେମ୍ବର ୨୮ ତାରିଖରେ ରାଉରକେଲାରୁ କୋଲକତାକୁ ଆରମ୍ଭ ହୋଇଛି ବିମାନ ସେବା । ଅପରାହ୍ନ ସାଢେ ୩ଟା ସମୟରେ ରାଉରକେଲା ଵିମାନ ବନ୍ଦରରୁ କୋଲକାତା ଵିମାନ ଚଳାଚଳ ଆରମ୍ଭ ହୋଇଥିଲା । ସପ୍ତାହରେ ୩ ଦିନ ମଙ୍ଗଳବାର, ଗୁରୁବାର, ଶନିବାର ମିଳିବ ବିମାନ ସେବା ।ଆଲାଏନ୍ସ ଏୟାର ବିମାନସେବା ଯୋଗାଇଦେବ । ମାତ୍ର ଦେଢ ଘଣ୍ଟାରେ ରାଉରକେଲାରୁ କୋଲକତା ଯାତ୍ରା କରି ପାରିବେ ଯାତ୍ରୀ । ରାଜ୍ୟ ସରକାରଙ୍କ ଭାୟାବିଲିଟି ଗ୍ୟାପ ଫଣ୍ଡିଙ୍ଗ ଜରିଆରେ ବିମାନ ସେବା ଚାଲିବ । ୩୫ଟି ସିଟ୍ ପାଇଁ VGF ବ୍ୟବସ୍ଥା କରାଯାଇଛି । ରାଉରକେଲାରୁ କୋଲକାତା ଟିକେଟ୍ ର ମୁଲ୍ୟ ୧୯୯୯ ଟଙ୍କା ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!