ନୂଆଦିଲ୍ଲୀ,୮।୧: ୫ମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେଖ ହସିନା। ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ଗାଦିରେ ବସିବେ ୭୬ ବର୍ଷ ବୟସ୍କା ହାସିନା ୱାଜେଦ ୱାଜେଦ। ବାଂଲାଦେଶରେ ହିଂସାତ୍ମକ ଘଟଣା ତଥା ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନପି) ଦ୍ୱାରା ନିର୍ବାଚନକୁ ବହିଷ୍କାର କରାଯିବା ସତ୍ତ୍ୱେ ଗତକାଲି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ରବିବାର ବାଂଲାଦେଶରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଶେଖ ହସିନାଙ୍କ ଆୱାମି ଲିଗ୍ ବିଜୟୀ ହୋଇଛି। କ୍ରମାଗତ ଚତୁର୍ଥ ଥର ପାଇଁ ନିର୍ବାଚନ ଜିତିଛି ଆୱାମି ଲିଗ। ସେପଟେ ନିର୍ବାଚନକୁ ବିରୋଧୀ ଦଳ ବାଂଲାଦେଶ ନ୍ୟାସାନଲ ପାର୍ଟି ସହ 15ଟି ଦଳ ବୟକଟ୍ କରିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ଚଳିତ ନିର୍ବାଚନରେ ବାଂଲାଦେଶ ଇତିହାସର ସବୁଠାରୁ କମ୍ ପ୍ରତିଶତ ମତଦାନ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |