ବାୟୂ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା

ଭୁବନେଶ୍ୱର, ୮।୧: ବାୟୂ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା।  ଭୁବନେଶ୍ୱର, କଟକ, ବାରିପଦା, ବାଲେଶ୍ୱର, କେନ୍ଦୁଝର, ରାଇରଙ୍ଗପୁର ଭଳି ସ୍ଥାନରେ ୩ ଶହ ପାର୍‌ କରିଛି ଇଣ୍ଡେକ୍ସ । ୬ଟି ସହରରେ AIR QUALITY INDEX ବା AQI ୩ ଶହ ପାର କରିଛି । ସେଥିମଧ୍ୟରୁ ବାଲେଶ୍ୱରର ସର୍ବାଧିକ AQI ୩୩୪ ରହିଛି ।ଗତକାଲି ଅପରାହ୍ଣରେ ଦିଲ୍ଲୀର AQI ୩୩୩ ରହିଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏନେଇ ସୂଚନା ରହିଛି। AQI କ୍ୟାଟାଗୋରୀ ଅନୁଯାୟୀ, ୪୦୧ରୁ ୫ଶହ ମଧ୍ୟରେ ଭାଲ୍ୟୁ ରହିଲେ ସିଭିୟର, ୩୦୧ରୁ ୪୦୦ ମଧ୍ୟରେ ରହିଲେ ଅତି ନିମ୍ନମାନର, ୨୦୧ରୁ ୩୦୦ ମଧ୍ୟରେ ରହିଲେ ନିମ୍ନମାନର ବୋଲି ଧରାଯାଏ।ଅଧିକ ମାତ୍ରାରେ ଯାନବାହାନ ଚଳାଚଳ, ନିର୍ମାଣ କାମ ଭଳି କାରଣ ପାଇଁ ଓଡ଼ିଶାରେ ବାୟୁ ପ୍ରଦୂଷଣ ଖରାପ ସ୍ଥିତିରେ ପହଞ୍ଚିଛି। ଏହା ସହିତ ଦ୍ରୁତ ଶିଳ୍ପାୟନ, ଗଛ କଟା ଓ ଗ୍ରୀନ ହାଉସ୍ ପ୍ରଭାବ ଯୋଗୁ ପରିବେଶ ପ୍ରଦୂଷଣ ବଢୁଥିବା ପରିବେଶବିତ୍ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!