ନୂଆଦିଲ୍ଲୀ,୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆପତ୍ତିଜନକ ବୟାନ ଦେବା ମାଳଦ୍ଵୀପ ଉପରେ ଭାରି ପଡ଼ିଛି। ପ୍ରଥମେ ସୋସିଆଲ ମିଡିଆରେ ମାଲଦ୍ୱୀପକୁ ବଏକଟ କରିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲା, ଏହା ପରେ ଅଗ୍ରଣୀ ଭାରତୀୟ ଟ୍ରାଭେଲ କମ୍ପାନୀଗୁଡିକ ମାଲଦ୍ୱୀପକୁ ବିମାନ ଏବଂ ହୋଟେଲ ବୁକିଂ ବାତିଲ କରିଦେଇଥିଲେ ଏବଂ ବର୍ତ୍ତମାନ ଭାରତ ସରକାର ଏବେ ମାଲଦ୍ୱୀପର ହାଇ କମିଶନରଙ୍କୁ ସମନ କରିଛନ୍ତି।ଭାରତ ବିରୋଧୀ ମନ୍ତବ୍ୟ ପାଇଁ ନିଲମ୍ବିତ ହେଲେ ମାଳଦ୍ୱୀପର ୩ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଉପରେ ଆପତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ନିଲମ୍ବିତ ହୋଇଛନ୍ତି ।ପ୍ରଧାନମନ୍ତ୍ରୀ ନିକଟରେ ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ । ସେଠାକାର କିଛି ଫଟୋ ସେ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଲେଖିଥିଲେ, ଯେଉଁମାନଙ୍କୁ ରୋମାଞ୍ଚ ପସନ୍ଦ ସେମାନେ ଲାକ୍ଷାଦ୍ୱୀପ ନିଶ୍ଚୟ ଯାଆନ୍ତୁ । ଏହା ପରେ ହଠାତ୍ ଗୁଗୁଲରେ ଲାକ୍ଷାଦ୍ୱୀପକୁ ବହୁ ସଂଖ୍ୟାରେ ଲୋକେ ସର୍ଚ୍ଚ କରିଥିଲେ । ଚର୍ଚ୍ଚା ଜୋରସୋରରେ ହେବା ପରେ ମାଳଦ୍ୱୀପ ପଟୁ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଥିଲା । ମାଳଦ୍ୱୀପ ସରକାରର ମନ୍ତ୍ରୀ ମୋଦୀଙ୍କ ଫଟୋ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ଆମ ସହ ପ୍ରତିଦ୍ୱନ୍ଦିତା କରିବାର ଧାରଣା ରଖିବା ହିଁ ଭୁଲ । ଆମେ ପ୍ରଦାନ କରୁଥିବା ସେବା ଗୁଡ଼ିକ ସେମାନେ କିପରି ପ୍ରଦାନ କରିପାରିବେ ? ସେମାନେ ଏତେ ପରିଷ୍କାର କିପରି ହୋଇପାରିବେ ବୋଲି ପ୍ରତିକ୍ରିୟା ଦେଇଥିଲେ। ମାଳଦ୍ୱୀପ ମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟା ପରେ ଅନେକ ଭାରତୀୟ ସେମାନଙ୍କ ମାଳଦ୍ୱୀପ ପୋଷ୍ଟ ବାତିଲ କରିଛନ୍ତି । ମାଳଦ୍ୱୀପ ମନ୍ତ୍ରୀଙ୍କ ବୟାନକୁ ଭାରତର ଅନେକ ସେଲିବ୍ରିଟି ମଧ୍ୟ ସମାଲୋଚନା କରିଛନ୍ତି । ତେବେ ଏହାରି ଭିତରେ ଭାରତରୁ ମାଳଦୀପ ପାଇଁ ହୋଇଥିବା ସମସ୍ତ ଫ୍ଲାଇଟ୍ ବୁକିଂକୁ ରଦ୍ଦ କରିଛି ଇଜ୍ ମାଇ ଟ୍ରିପ୍ (EaseMyTrip )। ଏହା ସହ ସମସ୍ତ ବୁକିଂ ବନ୍ଦ କରିଦେଇଛି । ଫଳରେ ମାଳଦୀପରେ ସମସ୍ତ ହୋଟେଲ ବୁକିଂ ମଧ୍ୟ ରଦ୍ଦ ହୋଇଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |