ଆଜିଠୁ ରାଜଧାନୀରେ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ

ଭୁବନେଶ୍ୱର,୮ା୧:ଆଜିଠୁ ରାଜଧାନୀରେ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ|ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ। ଭକ୍ତିମୟ ପରିବେଶ ଭିତରେ ପରିକ୍ରମା କରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ। ଆଜିଠାରୁ ଦୁଇଦିନ ଭିତରେ ମୋଟ୍ ୬୭ଟି ୱାର୍ଡରେ ପରିକ୍ରମା କରିବ ପରିକ୍ରମା ପ୍ରକଳ୍ପ ରଥ। ନାମ ସଂକୀର୍ତ୍ତନ ସହ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେବ ବିଏମସି ଅଞ୍ଚଳ।ପ୍ରତି ୱାର୍ଡର ଜଗନ୍ନାଥ ମନ୍ଦିର କିମ୍ବା ଆରାଧ୍ୟା ଦେବତାଙ୍କ ମନ୍ଦିରରୁ ଏହି ଯାତ୍ରା ଆରମ୍ଭ ହେବ। ଏହି ଯାତ୍ରାରେ ସାମିଲ ହୋଇଛନ୍ତି ପ୍ରତି ଅଞ୍ଚଳର ସଂକୀର୍ତ୍ତନ ମଣ୍ଡଳୀ। ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରତି ଦୁଆର ମୁହଁରୁ ଗୁଆ ଏବଂ ଅରୁଆ ଚାଉଳ ସଂଗ୍ରହ ଦାୟିତ୍ୱ ସ୍ୱେଚ୍ଛାସେବୀମାନଙ୍କୁ ହସ୍ତାନ୍ତର କରିଛି ବିଏମସି। ଏହି କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବିଏମସି ଏକ କମିଟି ଗଠନ କରିଛି।ପ୍ରତି ୩ଟି ୱାର୍ଡକୁ ନେଇ ଏକ ୟୁନିଟ୍ ବା କ୍ଲଷ୍ଟର ଗଠନ କରାଯାଇଛି। ୩ୱାର୍ଡର କେନ୍ଦ୍ରସ୍ଥଳୀ ଜଗନ୍ନାଥ ମନ୍ଦିର ହେବ କିମ୍ବା ଅନ୍ୟ କେଉଁ ମନ୍ଦିରରୁ ପରିକ୍ରମା ରଥ ବାହାରି କେଉଁ ରୁଟ୍ ରେ ବୁଲିବ ତାର ରୁଟ୍ ଚାଟ୍ ପ୍ରସ୍ତୁତ କରିବାର ଦାୟିତ୍ୱ କର୍ପୋରେଟରଙ୍କୁ ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!