ଆନ୍ଦୋଳନରୁ ଓହରିଲା ଓଡ଼ିଶା ପରିବହନ ଶ୍ରମିକ ମହାସଂଘ

ଭୁବନେଶ୍ୱର,୮।୧:ଆନ୍ଦୋଳନରୁ ଓହରିଲେ ଟ୍ରାନ୍ସପୋର୍ଟ କର୍ମଚାରୀ । ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ମୁଖ୍ୟ ସଚିବ, ପରିବହନ ସଚିବଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନେଇଛି ସଂଘ । ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ନେଇ ମହାସଂଘ ସଭାପତି ଜନାର୍ଦ୍ଦନ ପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଆନ୍ଦୋଳନରୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ଏନେଇ ପରିବହନ ଶ୍ରମିକ ମହାସଂଘର ସଭାପତି ଜନାର୍ଦ୍ଦନ ପତି ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଆନ୍ଦୋଳରୁ ଓହରିବା ନିଷ୍ପତି ନିଆଯାଇଛି।ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗାଡ଼ି ଚାଳକଙ୍କ ପାଇଁ ଥିବା ଦଣ୍ଡବିଧାନକୁ ବିରୋଧ କରି ଏହି ଧର୍ମଘଟର ଡାକରା ଦିଆଯାଇଥିଲା। କାରଣ ଏଇଟା ଶ୍ରମିକମାନଙ୍କ ବେକରେ ଫାଶୀ ଲଗାଇଲା ଭଳି ହୋଇଛି ବୋଲି ଗତକାଲି ଜନାର୍ଦ୍ଦନ ପତି କହିଥିଲେ। ତେବେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ପ୍ରତ୍ୟାକ୍ଷାନ କରିଛନ୍ତି । ଏଣୁ ଏହାକୁ ବିରୋଧ କରି ଆଜିଠାରୁ ଆନ୍ଦୋଳନର ଡାକରା ଦିଆଯାଇଥିଲା। ହଜାର ହଜାର ଶ୍ରମିକ ଆଜି ସକାଳ ୬ଟାରୁ ରାଜ୍ୟର ୪ଟି ଡିପୋ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଫଳରେ ପେଟ୍ରୋଲ, ଡିଜେଲ ପରିବହନ ବାଧାପ୍ରାପ୍ତ ହୋଇଥିଲା । ଏହାପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅନୁରୋଧ କ୍ରମେ ଡ୍ରାଇଭର ଓଡ଼ିଶା ପରିବହନ ଶ୍ରମିକ ମହାସଂଘର ୫ ଜଣିଆ ଟିମ୍‌ ରାଜ୍ୟ ସଚିବାଳୟରେ ଆଲୋଚନା ନିମନ୍ତେ ପହଞ୍ଚିଥିଲେ। ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ, ପରିବହନ କମିଶନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଦୀର୍ଘ ସମୟର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!