ରାଜ୍ୟକୁ ପୁଣି ଫେରିଛି ଶୀତ ,୧୪ ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର, ୯।୧:ରାଜ୍ୟରେ  ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହେଉଛି ।  ଆଜି ରାଜ୍ୟର ୧୨ରୁ ଅଧିକ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ସେହିପରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଘନକୁହୁଡ଼ି ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କୁହୁଡି ହେଲେ ଦୃଶ୍ୟମାନ କ୍ଷମତା ବାଧାପ୍ରାପ୍ତ ହେଉଥିବାରୁ ଯାନବାହନ ଚଳାଚଳ ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଆସନ୍ତା ଗୋଟେ ସପ୍ତାହ ଏପରି ସ୍ଥିତି ଲାଗି ରହିବ ବୋଲି ଜଣା ପଡ଼ିଛି । ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।ଆଜି ସକାଳ ସାଢ଼େ ୮ଟା ମଧ୍ୟରେ ୧୪ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବା ନେଇ ୟଲୋ ଆର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ୧୦ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ୧୯ ଜିଲ୍ଲା ଏବଂ ୧୧ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ୧୧ ଜିଲ୍ଲାରେ ଘନ କୁହୁଡ଼ଇ ନେଇ ସତର୍କ କରାଯାଇଛି ।ବର୍ତ୍ତମାନ ରାଜ୍ୟରେ ଘନ କୁହୁଡି ପାଇଁ ପାଗ  ଅନୁକୂଳ ଥିବାରୁ ଆଗାମୀ ତିନି ଦିନ ଯାଏ କୁହୁଡି ଦୃଶ୍ୟମାନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ତାପମାତ୍ରା ସ୍ବାଭାବିକଠାରୁ ଦୁଇ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପାଗ ଶୁଖିଲା ରହିଛି। ତେବେ କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ ଭଳି ପାହାଡ଼ିଆ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଥଣ୍ଡା ସାଙ୍ଗକୁ ବୁଲିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଜମୁଛି ।ରାତିର ତାପମାତ୍ରାରେ ସେପରି କିଛି ବିଶେଷ ପରିବର୍ତ୍ତନ ହେବନାହିଁ । କେତେକ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨, ୩ ଡିଗ୍ରୀ ଅଧିକ ରେକର୍ଡ କରାଯାଇଛି । ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ତେବେ କୁହୁଡ଼ି ପାଇଁ ରାଜ୍ୟରେ ପାଗ ଅନୁକୂଳ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!