ଚମ୍ପା ଘାଟିରେ ଓଲଟିଲା ପିକଅପ୍‌ ,୨୧ ଛାତ୍ର ଗୁରୁତର

ମୋହାନା, ୯।୧:  ଗଜପତି ଜିଲ୍ଲା ଉଦୟଗିରି ଥାନା ଚମ୍ପା ଘାଟିରେ କିଛି ଛାତ୍ରଙ୍କୁ ନେଇ ଯାଉଥିବା ପିକଅପ୍ ଓଲଟିଛି । ଯେଉଁଥିପାଇଁ 21 ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଗାଡ଼ିରେ ପାଖାପାଖି 20ରୁ 25 ଛାତ୍ର ରହିଥିଲେ । ଯେଉଁଥିରୁ  21 ଜଣ ଗୁରୁତର ଛାତ୍ରଙ୍କ ମଧ୍ୟରୁ ଚନ୍ଦ୍ରଗିରି ଠାରେ 7ଜଣଙ୍କ ଚିକିତ୍ସା ଚାଲିଥିବାବେଳେ ବାକି 14 ଜଣଙ୍କୁ ରା.ଉଦୟଗିରି ମେଡିକାଲଠାରେ ଭର୍ତ୍ତି କରାଯାଇଛି ।ଏଠାରେ ଥିବା ଚମ୍ପା ଘାଟିରେ ପିକଅପ୍ ଭ୍ୟାନ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୨୧ଜଣ ଛାତ୍ର ଆହତ ହୋଇଛନ୍ତି । ଛେଳିଗଡ଼ ହାଇସ୍କୁଲର ଛାତ୍ରଙ୍କୁ ନେଇ ଫେରିବା ବେଳେ ଭ୍ୟାନଟି ଓଲଟି ପଡିଛି । ତେବେ ପିକଅପରେ ଥିବା ସମସ୍ତ ୨୧ ଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି ।ସୂଚନା ଅନୁଯାୟୀ, ଏହି ସମସ୍ତ ଛାତ୍ରମାନେ କ୍ରୀଡ଼ା ଉତ୍ସବରେ ଯୋଗଦେଇଥିଲେ । ସେଠାରୁ ଏକ ପିକଅପରେ ସେମାନେ ଘରକୁ ଫେରିବା ସମୟରେ ଚମ୍ପା ଘାଟିରେ ଏହି ଦୁର୍ଘଟଣାଟି ଘଟିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓଲଟି ପଡିଥିବା ପିକଅପରୁ ଛାତ୍ରମାନଙ୍କୁ ଉଦ୍ଧାର କରିଛନ୍ତି । ତେବେ ୧୪ ଜଣ ଛାତ୍ର ଉଦୟଗିରି ଓ ୭ଜଣ ଛାତ୍ରଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!