ନୂଆଦିଲ୍ଲୀ, ୯।୧: ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ହେବ ମଉନ ବ୍ରତ ପାଳନ କରିଛନ୍ତି ୭୨ ବର୍ଷୀୟ ବୃଦ୍ଧା ସରସ୍ୱତୀ ଦେବୀ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମଉନ ବ୍ରତ ଭାଙ୍ଗିବେ ବୋଲି ସଙ୍କଳ୍ପ ନେଇଛନ୍ତି ସରସ୍ୱତୀ ଦେବୀ। ଆସନ୍ତା ୨୨ ତାରିଖରେ କୋଟି କୋଟି ଭାରତୀୟଙ୍କ ସ୍ବପ୍ନ ପୂରା ହେବାକୁ ଯାଉଛି। କାରଣ ଜାନୁଆରି ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ୯୦ ଦଶକରେ ଯେତେବେଳେ ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ନେଇ ସାରା ଦେଶରେ ଆନ୍ଦୋଳନ ସୃଷ୍ଟି ହୋଇଥିଲା, ସେତେବେଳେ ଧନବାଦର ବାସିନ୍ଦା ସରସ୍ୱତୀ ଦେବୀ ଏହି ମନ୍ଦିର ନିର୍ମାଣ କରିବାର ସ୍ୱପ୍ନ ଦେଖିଥିଲେ। ଅଯୋଧ୍ୟାରେ ଏକ ମହାନ୍ ରାମ ମନ୍ଦିର ନିର୍ମାଣ କରିବାର ଇଚ୍ଛା ସହିତ ସରସ୍ୱତୀ ଦେବୀ ମଉନ ବ୍ରତ କରିବା ଆରମ୍ଭ କରିଥିଲେ।ରାମ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ତୀର୍ଥ ସ୍ଥଳକୁ ଯାଇ ମନସ୍କାମନା ରଖିଥିଲେ ସରସ୍ୱତୀ ଦେବୀ। ସରସ୍ୱତୀଙ୍କ ମନସ୍କାମନା ପୁରଣ ହେବ ୨୨ ଜାନୁଆରିରେ। ଏପଟେ ନିଜ ମାଙ୍କ ମୁହଁରୁ କଥା ଶୁଣିବା ପାଇଁ ୩୦ ବର୍ଷ ହେଲା ଅପେକ୍ଷା କରି ରହିଛନ୍ତି ସରସ୍ୱତୀଙ୍କ ପରିବାର ଲୋକେ। ଗତ କିଛି ବର୍ଷ ହେବ ପରିବାରେ ଅନେକ କାର୍ଯ୍ୟକ୍ରମ ହୋଇଛି। କିନ୍ତୁ ଆସୁଥିବା ସମ୍ପର୍କୀୟଙ୍କ ସହ କେବଳ ଠାରରେ କଥାବାର୍ତ୍ତା କରିଥାନ୍ତି ସରସ୍ୱତୀ।ଏବେ ସେ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ପବିତ୍ର ଦିନରେ ‘ରାମ … ସୀତାରାମ’ ଶବ୍ଦ ସହିତ ନିଜର ବ୍ରତ ଭଙ୍ଗ କରିବେ। ସରସ୍ୱତୀ ଦେବୀଙ୍କ ନୀରବ ବ୍ରତ ଏପର୍ଯ୍ୟନ୍ତ ଭାଙ୍ଗି ନାହିଁ। ତେଣୁ ଯେତେବେଳେ ଗଣମାଧ୍ୟମ ପ୍ରତିନିଧୀ ଯାଇ ଟିମ୍ ତାଙ୍କ ଘରେ ପହଞ୍ଚିଥିଲେ ତ ସେତେବେଳେ ସେ କେବଳ କରତାଳି ଦେଇ ତାଙ୍କର ଖୁସି ବ୍ୟକ୍ତ କରିଥିଲେ।ଧନବାଦ୍ କରମନ୍ତର ବାସିନ୍ଦା ୮୫ ବର୍ଷିୟ ସରସ୍ୱତୀ ଦେବୀ ମଉନ ବ୍ରତ ସମୟରେ ଚାର ଧାମ ପରିଦର୍ଶନ କରିଥିଲେ। ସେ ଅଯୋଧ୍ୟା, କାଶୀ, ମଥୁରା, ତିରୁପତି ବାଲାଜୀ, ସୋମନାଥ ମନ୍ଦିର, ବାବା ବୈଦ୍ୟନାଥ ଆଦି ମନ୍ଦିର ପରିଦର୍ଶନ କରି ସାରିଛନ୍ତି। ଭଗବାନ ରାମଙ୍କ ପାଦତଳେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସରସ୍ୱତୀ ଦେବୀ ଆଜିକାଲି ଅଧିକାଂଶ ସମୟ ଅଯୋଧ୍ୟାରେ ବିତାଉଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |