ନୂଆଦିଲ୍ଲୀ, ୯ା୧:ଭାରତ ସହ ସାରା ବିଶ୍ୱ ଦେଖିବ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ । ନ୍ୟୁୟର୍କର ବ୍ୟସ୍ତବହୁଳ ତଥା ସମୃଦ୍ଧ ଛକ ଟାଇମ୍ସ ସ୍କୋୟାରରେ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିହେବ । ବିଦେଶରେ ଥିବା ବିଭିନ୍ନ ଭାରତୀୟ ଦୂତାବାସରେ ମଧ୍ୟ ଏହାର ସିଧାପ୍ରସାରଣ ହେବ । ମନ୍ଦିର ଗର୍ଭ ଗୃହର ଚିତ୍ର ସୋସିଆଲ ମିଡ଼ିଆରେ ଜାରି କରିଛି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ। ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଦୂରଦୂରାନ୍ତରରୁ ଭକ୍ତଗଣ ଧାଇଁ ଆସୁଛନ୍ତି ଏହି କାର୍ଯ୍ୟକ୍ରମରେଯୋଗ ଦେବା ପାଇଁ। ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି।ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀରାମମନ୍ଦିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ କେବଳ ଭାରତରେ ନୁହେଁ ଆମେରିକାର ନ୍ୟୁୟର୍କ ସହରର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ମଧ୍ୟ କରାଯିବ। ଏହି ଖବର ସମସ୍ତଙ୍କୁ ଉତ୍ସାହିତ କରିଛି। ସବୁଠୁ ସୁନ୍ଦର କହିଲେ ଭୂଲ ହେବନି। ଆମ ପ୍ରଭୁ ବିଦେଶରେ। ରାମଲାଲାଙ୍କ ବହୁପ୍ରତୀକ୍ଷିତ ପ୍ରାଣ ପ୍ରତିଷ୍ଠା ସମାରୋହକୁ ବିଦେଶରେ ଥିବା ବିଭିନ୍ନ ଭାରତୀୟ ଦୂତାବାସରେ ସିଧା ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବିଦେଶରେ ଥିବା ଭଗବାନ ରାମଙ୍କ ସମସ୍ତ ଭକ୍ତଙ୍କୁ ସମ୍ବୋଧିତ କରିବେ। ପ୍ରାଣପ୍ରତିଷ୍ଠା ଅବସରରେ ଦଳୀୟ କର୍ମୀମାନେ କମ୍ବଳ ବଣ୍ଟନ କରିବା, ସାମୂହିକ ଭୋଜି ଆୟୋଜନ କରିବା କିମ୍ବା ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଖାଦ୍ୟ କିମ୍ବା ଫଳ ଦାନ କରିପାରିବେ ବୋଲି କୁହାଯାଇଛି। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହର ବୈଦିକ ରୀତିନୀତି ମୁଖ୍ୟ ସମାରୋହର ଏକ ସପ୍ତାହ ପୂର୍ବରୁ ଜାନୁଆରି ୧୬ ତାରିଖରୁ ଆରମ୍ଭ ହେବ। ଜାନୁଆରି ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପବିତ୍ର ସମାରୋହରେ ବାରାଣସୀର ପୂଜକ ଲକ୍ଷ୍ମୀକାନ୍ତ ଦୀକ୍ଷିତ ମୁଖ୍ୟ ରୀତିନୀତି ସମ୍ପନ୍ନ କରିବେ। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଖାଇବାକୁ ଦେବା ଉଦ୍ଦେଶ୍ୟରେ ୧୦୦୮ ହୁଣ୍ଡି ମହାଯଜ୍ଞ ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ଅନେକ ଟେଣ୍ଟ ସିଟି ନିର୍ମାଣ କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |