ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି ,,୧୦।୧:  ଜଣେ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ରୋଶନୀ ଓରଫ ଉଙ୍ଗି ମାଡଭି। କୁଖ୍ୟାତ ମହିଳା ମାଓବାଦୀ ଉଙ୍ଗି ମାଡଭି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ମାଲକାନଗିରି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ନକ୍ସଲ ସଂଗଠନକୁ ଲାଗିଛି ଏକ ବଡ଼ ଝଟକା। ମାଲକାନଗିରି ଏସପିଙ୍କ ନିକଟରେ ଆଗଧାଡିରେ ଜଣେ ମହିଳା ନକ୍ସଲ ଆତ୍ମସମର୍ପଣ କରିଛିନ୍ତି। ଆତ୍ମସାମର୍ପଣ କରିଥିବା ନକ୍ସଲ ଜଣକ ହେଉଛନ୍ତି ରୋଶନୀ ଓରଫ ଉଙ୍ଗୀ ମାଡଭି।ରୋଶନୀଙ୍କ ଘର ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ପୁତଦାଵ ବୋଲି ସୂଚନା ମିଳିଛି। ସେ ମାଓ ସଂଗଠନରେ ୨୦୧୬ ରେ ଯୋଗ ଦେଇଥିଲେ।  ସଂଗଠନରେ ରହି ଛତିଶଗଡ଼ ଏବଂ ଓଡ଼ିଶାରେ ୨୧ରୁ ଅଧିକ ହିଂସା କାଣ୍ଡରେ ସାମିଲ ଥିଲେ। ଉଙ୍ଗି ନାରେ ଏକ ଲକ୍ଷ ପୁରସ୍କାର ରାଶି ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!