ସବୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍

ପୁରୀ,୧୦।୧: ଭକ୍ତଙ୍କ ପାଇଁ ଏଣିକି ପୁରୀକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ । ପୂରଣ ହେବ ଭକ୍ତଙ୍କ ମନସ୍କାମନା । କାଳିଆ ଦର୍ଶନ ଇଚ୍ଛା ଆଉ ଆପଣଙ୍କର ଅଧୁରା ହୋଇ ରହିବ ନାହିଁ । ପୁରୀକୁ ଭକ୍ତଙ୍କ ଲାଗି ୬୦ରୁ ଅଧିକ ବସ୍ ଗଡିବ ଓ ଏଥିରେ ଆରାମରେ ବସି ପୁରୀକୁ ଆସିବେ ଶ୍ରଦ୍ଧାଳୁ ।ଆସନ୍ତା ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ। ଏଥି ପାଇଁ ଚାଲିଛି ଭବ୍ୟ ଆୟୋଜନ। କାରଣ ଏହି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଦେଶର ପ୍ରମୁଖ ମନ୍ଦିରର କର୍ମକର୍ତ୍ତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବେ। ଏଥି ସହିତ ସାରା ରାଜ୍ୟ ଓ ଦେଶର କୋଣ ଅନୁକୋଣରୁ ବହୁ ଶ୍ରଦ୍ଧାଳୁ ପୁରୀକୁ ଆସିବେ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିବା ପୂର୍ବରୁ ସରକାରଙ୍କ ପକ୍ଷରୁ କାଳିଆର ଭକ୍ତମାନଙ୍କ ପାଇଁ  ଏକ ବଡ଼ ଘୋଷଣା କରିଯାଇଛି।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ ପାଇଁ ପୁରୀକୁ ବହୁ ସଂଖ୍ୟାରେ ଆସିବେ ଭକ୍ତ । ଜଗନ୍ନାଥ ଏକ୍ସପ୍ରେସ ବସ୍‌ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟର ବିଭିନ୍ନ ସ୍ଥାନରୁ ବସ୍ ଯୋଗେ ପୁରୀକୁ ଆସିବେ ଶ୍ରଦ୍ଧାଳୁ । ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର ଏ ସଂପର୍କରେ ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!