କେନ୍ଦ୍ରାପଡ଼ା,୧୦ା୧: ଆଳିର ପୂର୍ବତନ ବିଧାୟିକା ତଥା ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ସୁଶ୍ରୀ ଦେବୀଙ୍କ ପରଲୋକ ହୋଇଯାଇଛି। କଟକସ୍ଥିତ ବାସଭବନରେ ସୁଶ୍ରୀ ଦେବୀଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଛି।ବିଜୁ ଜନତା ଦଳର ଜଣେ ରାଜନୀତିଜ୍ଞ ଓ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ସଭାର ଜଣେ ସଦସ୍ୟ ଥିଲେ। ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ସେ ଆଳି ବିଧାୟିକା ହୋଇଥିଲେ। ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଆଳି ବିଧାୟିକା ଥିଲେ ସୁଶ୍ରୀ ଦେବୀ। ୨୦୦୨ରେ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।୧୦ ଅକ୍ଟୋବର ୧୯୫୦ରେ ଜନ୍ମ ଗ୍ରହଣ କରିଥିବା ସୁଶ୍ରୀ ଦେବୀ ୧୯୭୧ରେ ଜନତା ଦଳରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଆଳି ନିର୍ବାଚନ ମଣ୍ଡଳୀରୁ ସୁଶ୍ରୀ ଦେବୀ କଂଗ୍ରେସ ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକଙ୍କୁ ପରାସ୍ତ କରି ୧୯୯୦ରେ ଜନତା ଦଳରୁ ସୁଶ୍ରୀ ଦେବୀ ବିଧାୟିକା ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ରାଜ୍ୟସଭାର ସାଂସଦ ଭାବରେ ମଧ୍ୟ ୬ ବର୍ଷ କାଳ ନିଜର ରାଜନୈତିକ ଦକ୍ଷତାର ପରିଚୟ ଦେଇଥିଲେ।ଓଡ଼ିଶାର ଜନ ପ୍ରିୟ ନେତା ରାଜା ଶରତ ଦେବଙ୍କ ସହଧର୍ମିଣୀ ଓ ବର୍ତ୍ତମାନ ମନ୍ତ୍ରୀ ପ୍ରତାପ ଦେବଙ୍କ ମାତା ପୁର୍ବତନ ସାଂସଦ, ସମାଜସେବୀ ସୁଶ୍ରୀ ଦେବୀଙ୍କ ବିୟୋଗରେ ଉଚ୍ଚଶିକ୍ଷା,ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |