ନୂଆଦିଲ୍ଲୀ,୧୦।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛି କଂଗ୍ରେସ। ଦଳ ପକ୍ଷରୁ ଏକ ବିବୃତ୍ତି ଜାରି ସୂଚନା ଦିଆଯାଇଛି। କୁହାଯାଇଛି ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣକୁ ସମ୍ମାନର ସହ ପ୍ରତ୍ୟାଖ୍ୟାନ କରାଯାଇଛି। ଜାନୁଆରୀ ୨୨ ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ କୌଣସି କଂଗ୍ରେସ ନେତା ଅଯୋଧ୍ୟା ଯିବେ ନାହିଁ। ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବନି କଂଗ୍ରେସ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସାଂସଦ ସୋନିଆ ଗାନ୍ଧି, ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ଯିବେନି ବୋଲି ଦଳ ପକ୍ଷରୁ କୁହାଯାଇଛି ।ଦଳ ଅଭିଯୋଗ କରିଛି, ଅଯୋଧ୍ୟା ରାମ ମନ୍ଦିରକୁ ବିଜେପି ବହୁ ଦିନରୁ ଏକ ରାଜନୈତିକ ପ୍ରସଙ୍ଗ କରିଛି । କେବଳ ନିର୍ବାଚନରେ ଫାଇଦା ଉଠାଇବାକୁ ବିଜେପି ଓ ଆରଏସଏସର ପ୍ରରୋଚରନାରେ ମନ୍ଦିର ନିର୍ମାଣ ଅସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏବେ ପ୍ରାଣ ପ୍ରତିଷ୍ଠା କରାଯାଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |