ଇମ୍ଫାଲରୁ ଆରମ୍ଭ ହେବ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା

ଇମ୍ଫାଲ,୧୦।୧: ମଣିପୁର ସରକାର ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅନୁମତି ଦେଇଛନ୍ତି। ସୀମିତ ସଂଖ୍ୟକ ଲୋକଙ୍କ ସହ ଏହି ଅନୁମତି ଦିଆଯାଇଛି।ଏହାପୂର୍ବରୁ କଂଗ୍ରେସ ଦାବି କରିଥିଲା ଯେ, ମଣିପୁର ସରକାର ଇମ୍ଫାଲର ପ୍ୟାଲେସ ଗ୍ରାଉଣ୍ଡରୁ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଅନୁମତି ଦେଇନାହାନ୍ତି।ଭାରତ ଯୋଡ ନ୍ୟାୟ ଯାତ୍ରାକୁ ମଣିପୁର ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଫଳରେ ମଣିପୁରରୁ ଆରମ୍ଭ ହେବାକୁ ଯାଉଛି କଂଗ୍ରେସର ଏହି ଯାତ୍ରା। ଏହାର ଶୁଭାରମ୍ଭ ଇମ୍ଫାଲ ଠାରେ କରାଯିବ ବୋଲିସ ସୂଚନା ମିଳିଛି । ଏନେଇ ବୁଧବାର ଦଳ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ହେଲେ ମଣିପୁର ସରକାର ଇମ୍ଫାଲ ଗ୍ରାଉଣ୍ଡରୁ ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେଇନାହାଁନ୍ତି। କଂଗ୍ରେସ ଏଥିପାଇଁ ସରକାରଙ୍କୁ ଟାର୍ଗେଟ କରିଛି। ଯେକୌଣସି ପରିସ୍ଥିତିରେ ଇମ୍ଫାଲ ଗ୍ରାଉଣ୍ଡରୁ ନ୍ୟାୟ ଯାତ୍ରା ଆରମ୍ଭ କରାଯିବ ବୋଲି ଦଳ କହିଛି।ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଜାନୁଆରୀ ୧୪ରୁ ମଣିପୁରରୁ ଆରମ୍ଭ ହେବାକୁ ଯାଉଛି। ପ୍ରାୟ ୬,୭୦୦ କିଲୋମିଟର ଦୂରତା ଅତିକ୍ରମ କରି ଏହି ଯାତ୍ରା ୧୫ଟି ରାଜ୍ୟ ଦେଇ ମୁମ୍ବାଇରେ ଶେଷ ହେବ। କଂଗ୍ରେସ କହିଛି ଯେ, ଏହା ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ ଉପରେ ଧ୍ୟାନ କେନ୍ଦ୍ରିତ କରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!