ଆଜିଠାରୁ ପରିକ୍ରମା ପ୍ରକଳ୍ପ ସୁରକ୍ଷା ଦାୟିତ୍ୱ ନେବ ପୁରୀ ପୁଲିସ

 ପୁରୀ,୧୧ା୧:ଆସନ୍ତା ୧୭ ତାରିଖରେ ଉଦଘାଟିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ପୁରୀ ପୁଲିସ ପ୍ରଶାସନ ଆଜିଠାରୁ ପରିକ୍ରମା ପ୍ରକଲ୍ପ ଉଦଘାଟନ ସରିବା ଯାଏଁ ସୁରକ୍ଷା ଦାୟିତ୍ୱ ନିଜ ହାତକୁ ନେବ। ପରିକ୍ରମା ପ୍ରକଳ୍ପ ଚାରିପଟେ ସିସିଟିଭି ସର୍ଭିଲାନ୍ସ ରହିବ।ତା ପୂର୍ବରୁ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଓବିସିସି ସଂସ୍ଥା ଆଜି ଶ୍ରୀମନ୍ଦିର ପ୍ରଶାସନ ହାତରେ ପରିକ୍ରମା ପ୍ରକଳ୍ପକୁ କରିବ ହସ୍ତାନ୍ତର । ଏପଟେ ପୁରୀ ପୋଲିସ ପ୍ରଶାସନ ଆଜିଠାରୁ ପରିକ୍ରମା ପ୍ରକଳ୍ପ ଉଦଘାଟନ ସରିବା ଯାଏଁ ସୁରକ୍ଷା ଦାୟିତ୍ୱ ନିଜ ହାତକୁ ନେବ ।ପରିକ୍ରମା ପ୍ରକଳ୍ପ ଚାରିପଟେ ସିସିଟିଭି ସର୍ଭିଲାନ୍ସ ରହିବ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା ସହ ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଯଜ୍ଞସ୍ଥଳ, ଚାରିଦ୍ୱାର ଆଦି ସ୍ଥାନ ବୁଲି ଦେଖିଥିଲେ ।ପରିକ୍ରମା ପ୍ରକଳ୍ପ, ଶ୍ରୀସେତୁ, ପାର୍କିଂସ୍ଥଳର ସମୀକ୍ଷା କରିଥିଲେ । ଆସନ୍ତା ୧୬ ତାରିଖରୁ ପୁରୀକୁ ଆରମ୍ଭ ହେବ ଶ୍ରୀଜଗନ୍ନାଥ ବସ ସେବା । ଏହା ଜରିଆରେ ଲୋକାର୍ପଣ ଉତ୍ସବ ପାଇଁ ପୁରୀକୁ ୬୦ଟି ବସ୍ ଗଡ଼ିବ ବୋଲି ସୂଚନା ଦେଇଥିଲେ ସୁରେଶ ଚନ୍ଦ୍ର ମହାପାତ୍ର ।ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସୁରକ୍ଷା ବଳୟ ଭିତରେ ରହିଛି ପୁରୀ ସହର । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇପାରେ । ଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇପାରେ । ପୂରା ସହରକୁ ସିସିଟିଭି ଜଗିବ । ଭିଡ଼ ପାଇଁ ଟ୍ରାଫିକ ପରିଚାଳନା ଉପରେ ମଧ୍ୟ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯିବ । ଲୋକାର୍ପଣକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବା ବେଳେ, ବାକିଥିବା କାମ ଜୋରସୋରରେ ଆଗେଇ ଚାଲିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!