ମଣିପୁରରେ ହିଂସା, ୪ ନାଗରିକ ନିଖୋଜ

ନୂଆଦିଲ୍ଲୀ,୧୧।୧: ମଣିପୁରରେ ହିଂସା ଥମିବାର ନାଁ ଧରୁନି । ମଣିପୁର ବିଷ୍ଣୁପୁର ଜିଲ୍ଲାରେ କୁମ୍ବି ଓ ଥୋବାଲ ଜିଲ୍ଲାର ୱାଙ୍ଗୁ ମଧ୍ୟରେ ଗୁଳିକାଣ୍ଡ ଘଟିଛି। ୪ ଜଣ ବ୍ୟକ୍ତି ଫସଲ ଅମଳ କରିବାକୁ ଯାଇଥିବାବେଳେ ୬ ରାଉଣ୍ଡ ଗୁଳିମାଡ ହୋଇଛି। ଏଥିରେ ୪ଜଣ ବ୍ୟକ୍ତି ନିଖୋଜ ରହିଛନ୍ତି। ଏହି ୪ ବ୍ୟକ୍ତି  ଓଇନାମ ରୋମିନ୍ ମୈତେଇ,  ଅହନ୍ଥେମ୍ ଦାରା ମୈତେଇ,  ଥୋଡାମ୍ ଇବୋମ୍ଚା ମୈତେଇ ଏବଂ  ଥୋଦାମ ଆନନ୍ଦ ମୈତେଇ ବୋଲି ଜଣାପଡିଛି।  ଘଟଣାକୁ ନେଇ ଥାନାରେ ମାମଲା ରୁଜ୍ଜୁ ହୋଇଥିବାବେଳେ ପୋଲିସ ଅଧିକ ଛାନଭିନ୍ ଜାରି ରଖିଛି।ଆଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କଲେ। ବିଷ୍ଣୁପୁର ଜିଲ୍ଲାର ହାଓତକ ଗାଁରେ ଗୁଳିମାଡ ହେବା ସହ ବୋମା ବିସ୍ଫୋରଣ ହୋଇଛି। ବିଷ୍ମୁପୁର ଜିଲ୍ଲାର କୁମ୍ଭି ଓ ଥୋବାଲ ଜିଲ୍ଲାର ଓାଙ୍ଗୁ ମଧ୍ୟରେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି। ସୂଚନା ମୁତାବକ, କିଛି ଆତଙ୍କବାଦୀମାନେ ଏହି ଗୁଳିମାଡ଼ କରିଛନ୍ତି। ତେବେ ଏଥିରେ ଏଯାଏଁ କେହି ମୃତାହତ ହୋଇନାହାନ୍ତି। କେନ୍ଦ୍ରୀୟ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି। ଆତଙ୍କବାଦୀଙ୍କ ଗୁଳିମାଡ଼ର ପାଲଟା ଜବାବରେ ସୁରକ୍ଷା ବାହିନୀ ପକ୍ଷରୁ ମଧ୍ୟ ଗୁଳିମାଡ କରାଯାଇଛି।ବୋମା ବିସ୍ଫୋରଣ ଓ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଭୟଭୀତ ହୋଇ ବିଷ୍ଣୁପୁର ଜିଲ୍ଲାର ହାଓଟାକ୍ ଗ୍ରାମରୁ ୧୦୦ରୁ ଅଧିକ ମହିଳା, ଶିଶୁ ଓ ବୟସ୍କ ଲୋକ ଗାଁ ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିବା ଅଧିକାରୀମାନେ କହିଛନ୍ତି।ଅନ୍ୟପଟେ ମଣିପୁରର ବିଷ୍ଣୁପୁର ଏବଂ ଚୁରଚାନ୍ଦପୁର ଜିଲ୍ଲାର ପାହାଡ ଅଞ୍ଚଳରେ କାଠ ସଂଗ୍ରହ କରିବାକୁ ଯାଇଥିବା କୁମ୍ବି ବିଧାନସଭା ନିର୍ବାଚନମଣ୍ଡଳୀରୁ ଚାରିଜଣ ବ୍ୟକ୍ତି ବୁଧବାର ନିଖୋଜ ହୋଇଯାଇଛନ୍ତି। ପୁଲିସ ଏନେଇ ସୂଚନା ଦେଇଛି। ନିଖୋଜ ହୋଇଥିବା ଯୁବକମାନେ ଦାରା ସିଂହ, ଇବୋମା ସିଂହ, ରୋମେନ ସିଂହ ଏବଂ ଆନନ୍ଦ ସିଂହ ବୋଲି ଚିହ୍ନଟ କରାଯାଇଥିବା ପୁଲିସ କହିଛି। ଆତଙ୍କବାଦୀମାନେ ଏମାନଙ୍କୁ ବନ୍ଦୀ କରିନେଇଥିବା ପୁଲିସ ସନ୍ଦେହ କରୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!