ଭୁବନେଶ୍ୱର,୧୧।୧:ଓଡ଼ିଶାରୁ ରାମଲାଲାଙ୍କ ପାଇଁ ଯିବ ଧନୁ ତୀର |ରାମଲାଲାଙ୍କ ପାଇଁ ଅଯୋଧ୍ୟାକୁ ଧନୁ ତୀର ପଠାଇବେ ଐତିହ୍ୟ ସଂଗ୍ରାହକ ସୁଦର୍ଶନ ସାହୁ। ଏଥିପାଇଁ କଟକୀ ମଠର ମଠାଧୀଶ ବିଜୟ ରାମାନୁଜଙ୍କ ଉଦ୍ୟମରେ ନ୍ୟାସର ସଂପାଦକଙ୍କ ସହ ଯୋଗାଯୋଗ କ୍ରମେ ଅନୁମତି ମିଳିଛି।ପୁରୀର ପ୍ରସିଦ୍ଧ ପାପୁଡିଆ ମଠର ମୁଖ୍ୟ ରାମକୃଷ୍ଣ ଦାସ ମହାରାଜ ଏଭଳି ଯୁଗଳ କଳାକୃତିକୁ ଅଯୋଧ୍ୟାରେ ନ୍ୟାସ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚାଇବାସଂଗ୍ରାହକ ସୁଦର୍ଶନ ସାହୁ ରାମଲାଲାଙ୍କ ଉଦ୍ଦେଶ୍ୟରେ ଏହାକୁ ରାମକୃଷ୍ଣ ଦାସଙ୍କୁ ଅର୍ପଣ କରିବେ। ଏହି ଧନୁରେ ମୟୂର କଣ୍ଠ ସଦୃଶ କାମ ହୋଇଛି। ୨ ଫୁଟ ଲମ୍ବ ଏବଂ ଦେଢ଼ ଫୁଟ ଚଉଡା ବିଶିଷ୍ଟ ଏହି ଧନୁ ଓ ତୀରର ଓଜନ ଦୁଇ କିଲୋ ହେବ। ଏହା ସମ୍ପୂର୍ଣ୍ଣ ପିତ୍ତଳରେ ତିଆରି ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |