ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ

 

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୧୧।୧ :ଆଜି ଡାବୁଗାଁ ବ୍ଲକ ଆଦର ମହକୁମା ଠାରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ କୁ ଭବ୍ୟ ସ୍ୱାଗତକଲେ ସ୍ଥାନୀୟ ବାସିନ୍ଦା ମାନେ। ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚନା ପରେ ସ୍ୱାଗତ ଜଣାଇଛନ୍ତି ସ୍ଥାନୀୟ ଲୋକେ l ଏଥି ସହ ବାଜ ମର୍ଦଲର ତଳେ ତଳେ ସ୍ଥାନୀୟ ଅଂଚଳରେ ଡମସା ନାଚ ସହ ମାଡିଆ ନାଚ ରେ ସମ୍ପୂର୍ଣ୍ଣ ଡାବୁଗାଁ ର ଘରକୁ ଘର ଯାଇ ଚାଉଳ ଓ ଗୁଆ ସଂଗ୍ରହ କରା ଯାଉଛି। ପ୍ରଥମେ ଏହି ରଥ ପାତ୍ର ସହି ଦେଇ ନୂଆଗୁଡା, ଗୌଡ଼ ସହି, ଜଗନ୍ନାଥ ଗୁଡା ଆଦି ବିଭିନ୍ନ ଅଂଚଳରେ ବୁଲିଥିଲା । ଆସନ୍ତା 17 ରେ ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବାକୁ ଥିବାବେଳେ ଏହି ରଥ ପ୍ରତ୍ୟେକ ଗାଁକୁ ଯିବ l ତେଣୁ ରଥକୁ ସମସ୍ତ ଜନସାଧାରଣ ସ୍ୱତ ପ୍ରଭୁତ ଭାବେ ସ୍ୱାଗତ କରୁଛନ୍ତି ମହା ପ୍ରଭୁଙ୍କର ଏହି ଅର୍ପଣ ରଥକୁ। ଆଜି ଏହି କାର୍ଯ୍ୟକ୍ରମ ସମୟରେ ଡାବୁଗାଁ ସରପଞ୍ଚ ବିନଦ ସୌରା, ଡାବୁଗାଁ ପିଓ, ଜି ଆରଏସ, ଅଙ୍ଗନବାଡି କର୍ମୀ ତଥା ଡାବୁଗାଁ ମିଶନ ଶକ୍ତିର ସଭାପତି, ସମ୍ପାଦକ ସହ ଅନ୍ୟ ସଦର୍ଶ ମାନେ ଏବଂ ଗ୍ରାମର ମହିଳା ମାନେ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!