ସରକାରୀ କ୍ୱାର୍ଟର୍ସରେ BDOଙ୍କ ମୃତଦେହ ଠାବ

ସିମୁଳିଆ,୧୧।୧:  ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି । ବିଶ୍ୱରଞ୍ଜନଙ୍କ ମୃତ୍ୟୁର କାରଣ ଏବେ ଅସ୍ପଷ୍ଟ ରହିଥିବା ଜଣାପଡ଼ିଛି ।ବିଶ୍ୱରଞ୍ଜନ ଅଳ୍ପ କିଛି ମାସ ତଳେ ସିମୁଳିଆରେ ବିଡିଓ ଭାବେ ନିଯୁକ୍ତ ହୋଇଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି ଘଟଣା ରହିଛି? ଯଦି ସେ ଆତ୍ମହତ୍ୟା କରିଛନ୍ତି, ତେବେ ଏହା ପଛର କାରଣ କ’ଣ?ସୂଚନା ମୁତାବକ, ସିମୁଳିଆ ବିଡିଓ ବିଶ୍ୱରଞ୍ଜନଙ୍କ ମୃତଦେହ ତାଙ୍କର ସରକାରୀ ବାସଭବନରୁ ଉଦ୍ଧାର କରଯାଇଛି । ଦିନ ୧୦ଟା ସମୟରେ ସେ ଅଫିସରେ କିଛି ସମୟ କାର୍ଯ୍ୟ କରି ପରେ ସରକାରୀ ବାସଭବନକୁ ଚାଲିଯାଇଥିଲେ । ମାତ୍ର ପରେ ସେଠାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଭିଡିଓ କନଫରେନ୍ସିରେ ଯୋଗଦେବାକୁ ବିଡିଓଙ୍କୁ ଖୋଜା ପଡ଼ିଥିଲା ।ତେବେ ଆଜି ଅଫିସରେ ବିଶ୍ୱରଞ୍ଜନ କିଛି କାଗଜପତ୍ର ଖୋଜୁଥିଲେ ଓ ତାହା ନ ମିଳିବାରୁ ସେ ବ୍ୟସ୍ତ ଥିବା କିଛି କର୍ମଚାରୀ କହିଛନ୍ତି । ଏଥିସହିତ ବିଶ୍ୱରଞ୍ଜନ କିଛି ନଖାଇ ଅଫିସ ଯାଇଥିବାରୁ ପରେ ସେ କ୍ୱାର୍ଟର୍ସକୁ ଫେରିଯାଇଥିବା କର୍ମଚାରୀମାନେ କହିଛନ୍ତି । ପରବର୍ତ୍ତୀ ସମୟରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିବା ଘଟଣାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ଏହି ମୃତ୍ୟୁ ନେଇ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଯାଞ୍ଚ ଆରମ୍ଭ କରିଛି । ୫-୬ ମାସ ପୂର୍ବରୁ ବିଶ୍ୱରଞ୍ଜନ ସିମୁଳିଆର ବିଡିଓ ଦାୟିତ୍ୱ ଗ୍ରହଣ କରିଥିଲେ । ନୂଆ ନିଯୁକ୍ତିର ମାତ୍ର କିଛି ମାସ ପରେ ଏଭଳି ଏକ ବଡ଼ ଘଟଣା ଘଟିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!