ଶ୍ରୀରାମଙ୍କ ଦର୍ଶନ ପାଇଁ 1340 କିଲୋମିଟରର ପଦଯାତ୍ରା

ଗଞ୍ଜାମ,୧୧।୧ : ଗଞ୍ଜାମ ଜିଲ୍ଲା ଚାନ୍ଦପୁର ଗ୍ରାମ ଓ କନିଶି ଗ୍ରାମରେ ଡିସେମ୍ବର 30 ତାରିଖରୁ ବାହାରି  ଆଜି ଭଦ୍ରକ ପହଞ୍ଚିଛନ୍ତି ଦୁଇ ଜଣ ଯୁବକ। ସେହି ଦୁଇ ଜଣ ଯୁବକ ହେଲେ କୁରେଶ ବେହେରା ଓ ସନୁ ବିଶୋଇ । ସେ ଗତ ମାସ 30 ତାରିଖରୁ ଗଞ୍ଜାମରୁ ବାହାରି ଉତ୍ତରପ୍ରଦେଶ ଅଯୋଧ୍ୟା ଧାମକୁ ଯାତ୍ରା ଆରମ୍ଭ କରିଛନ୍ତି । ସେ ଲକ୍ଷ୍ୟ ରଖିଛନ୍ତି ଜାନୁୟାରୀ 22 ତାରିଖ ଦିନ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଭାଗ ନେବେ ବୋଲି ।ଗଞ୍ଜାମରୁ ଅଯୋଧ୍ୟା 1340 କିଲୋମିଟର ପାଦରେ ଚାଲି କି ଯାଉଛନ୍ତି । ସନାତନ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ଏହି ପଦଯାତ୍ରା କରୁଛନ୍ତି। ଆଜି ଭଦ୍ରକ ପହଞ୍ଚିବା ପରେ ତାଙ୍କୁ ଗୋ ରକ୍ଷକ ସଙ୍ଗଠନ ପକ୍ଷରୁ ସ୍ୱାଗତ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!