ପୁରୀ,୧୨।୧: ଜାନୁଆରି ୧୭ ତାରିଖ ପୌଷ ଶୁକ୍ଳ ସପ୍ତମୀ ତିଥିରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଆଜିଠାରୁ ଆରମ୍ଭ ହେଉଛି ପୂଜାକାର୍ଯ୍ୟ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଲାଗି ଆଜିଠୁ ଆରମ୍ଭ ହେବ କାର୍ଯ୍ୟକ୍ରମ। ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶ୍ରୀନଅର ଠାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବେ । ଗୁଆଟେକା କାର୍ଯ୍ୟ ପରେ ଅଙ୍କୁରରୋପଣ ହେବ । ଆସନ୍ତାକାଲି ଦିନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁରପୂଜନ ହେବ। ୧୪ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନ ହେବ । ୧୫ ତାରିଖ ସକାଳ ସାଢ଼େ ୭ଟାରେ ଅଖଣ୍ଡଦୀପ ସ୍ଥାପନ ସନ୍ଧ୍ୟା ୬ଟା ଭିତରେ ପଞ୍ଚକର୍ମ ସରିବ।ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ ହେବ। ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦପାରାୟଣ ଏବଂ ଅନ୍ତପ୍ରଦକ୍ଷିଥ ପଥରେ ନାମ ସଂକୀର୍ତ୍ତନ, ହବନ, ଆରତୀ ଓ ପୁଷ୍ପାଞ୍ଜଳି ଆଦି ହେବ। ୧୬ରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ଶାଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ ହେବ । ଶୁକ୍ରବାର ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ବ୍ରାହ୍ମଣବରଣ, ଗୁଆଟେକା ଆଦି ନୀତି ସଂପନ୍ନ ପରେ ପୂଜା କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞବେଦି ପ୍ରସ୍ତୁତି ଶେଷ ହୋଇଛି। ବେଦପାଠ ପାଇଁ ଚାରିଦ୍ବାରେ ବେଦମଣ୍ଡପ ତିଆରି ହୋଇଛି। ସଭା ପାଇଁ ଉତ୍ତରପାର୍ଶ୍ବ ମଠ ପାଖରେ ବ୍ୟବସ୍ଥା କରାଯାଇଛି। କିନ୍ତୁ ସର୍ବସାଧାରଣ ଦର୍ଶନ ସ୍ବାଭାବିକ ଚାଲିବ। ଏଥିପାଇଁ ପୁଲିସ ପ୍ରଶାସନ ବ୍ୟବସ୍ଥା କରିବ ବୋଲି ଶ୍ରୀ ଦାସ କହିଛନ୍ତି |ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହୋଇଯାଇଛି।
ପରିବର୍ତ୍ତିତ କାର୍ଯ୍ୟସୂଚୀ
ଜାନୁଆରି ୧୨:
-ସନ୍ଧ୍ୟା ୫ରୁ ୬ଟା- ଶ୍ରୀନଅରରେ ଗଜପତିଙ୍କ ଦ୍ବାରା ବ୍ରାହ୍ମଣବରଣ
-ସନ୍ଧ୍ୟା ସାଢ଼େ ୬ଟାରୁ ୮ଟା- ଅଙ୍କୁରାରୋପଣ
ଜାନୁଆରି ୧୩:
-ପୂର୍ବାହ୍ଣ ୧୧ଟାରୁ ରାତି ୮ଟା ଭିତରେ ଅଙ୍କୁରପୂଜନ
ଜାନୁଆରି ୧୪:
-ପୂର୍ବାହ୍ଣ ୧୦ଟାରୁ ରାତି ୮ଟା- ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ବଜାସ୍ଥାପନା, ତୋରଣ ସ୍ଥାପନ
ଜାନୁଆରି ୧୫:
-ସକାଳ ୭ଟା ୩୦ରୁ ଅପରାହ୍ଣ ୧ଟା- ଅଖଣ୍ଡଦୀପ ସ୍ଥାପନ, ପଞ୍ଚକର୍ମ, ବ୍ରାହ୍ମଣବରଣ, ମଣ୍ଡଳପୂଜନ, ଆଚାର୍ଯ୍ୟଙ୍କ ଦ୍ବାରା ବ୍ରାହ୍ମଣବରଣ
-ସାଢ଼େ ୭ଟାରୁ ସନ୍ଧ୍ୟା ୬ଟା- ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ ଓ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ
-ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା- ବୈଷ୍ଣବାଗ୍ନିସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ
ଜାନୁଆରି ୧୬:
-ସକାଳ ୭ଟା ୩୦ଟାରୁ ସନ୍ଧ୍ୟା ୬ଟା- ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ଶାଲା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳ ପୂଜା, ହବନ, ଆରତି, ପୁଷ୍ପାଞ୍ଜଳି
-ସାଢ଼େ ୭ଟାରୁ ସନ୍ଧ୍ୟା ୬ଟା- ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ ଓ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ
ଜାନୁଆରି ୧୭:
-ସକାଳ ୭ଟା ୩୦ଟାରୁ ଅପରାହ୍ଣ ୧ଟା- ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁଶୋଧନ, ଅଧିବାସ, ହବନ
-ସାଢ଼େ ୭ଟାରୁ ସନ୍ଧ୍ୟା ୬ଟା- ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ ଓ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ
-ଅପରାହ୍ଣ ୧ଟା ୧୫ରୁ ୧ଟା ୩୦- ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଫଳକ ଲୋକର୍ପଣ
-ଅପରାହ୍ଣ ସାଢ଼େ ୧ଟାରୁ ୨ଟା- ଗଜପତିଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୂତି, ଆରତି ଓ ପୁଷ୍ପାଞ୍ଜଳି,
-ଅପରାହ୍ଣ ୨ଟାରୁ ସାଢ଼େ ୨ଟା- ଅନ୍ତଃପ୍ରଦକ୍ଷିଣ ପଥରେ ନାମସଂକୀର୍ତ୍ତନ ଓ ନିମନ୍ତ୍ରିତ ଅତିଥିଙ୍କ ସହ ଶୋଭାଯାତ୍ରା
-ଅପରାହ୍ଣ ସାଢ଼େ ୨ଟାରୁ ୩ଟା- ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |