ଭୁବନେଶ୍ୱର, ୧ ୨।୧: ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉଜଣେ ସରକାରୀ ଅଧିକାରୀ। ଶୁକ୍ରବାର ତାଳଚେରର ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରା କାର୍ରେ ତାଳଚେରରୁ ଅସ୍ତରଙ୍ଗ ଯିବା ବେଳେ ବାଲିଅନ୍ତା ନିକଟରେ ନଗଦ ୧୧ ଲକ୍ଷ ଟଙ୍କା ସହ ଧରିଛି ଭିଜିଲାନ୍ସ। ଧରାପଡ଼ିଥିବା ଟଙ୍କା ନେଇ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସର ଟିମ୍ ଟ୍ରାଫିକ ଇନସ୍ପେକ୍ଟରଙ୍କ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।ଗାଡ଼ିରେ ବିଡ଼ାବିଡ଼ା ନୋଟ ନେଇ ଘରକୁ ଯାଉଥିଲେ ଟ୍ରାଫିକ ଇନସପେକ୍ଟର। ବାଟରୁ ଟ୍ରାଫିକ ଇନସପେକ୍ଟରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ତାଳଚେର ଟ୍ରାଫିକ୍ ଇନିସପେକ୍ଟର ଜିତେନ୍ଦ୍ର ବେହେରାଙ୍କ ଗାଡ଼ିରୁ ଭିଜିଲାନ୍ସ ୧୧, ୧୫, ୪୭୦ ଟଙ୍କା ଜବତ କରିବା ସହ ତାଙ୍କ ଘରୁ ପୁଳାପୁଳା ଟଙ୍କାସହ ସୁନା ଅଳଙ୍କାର ଜବତ କରିଛି। ଜିତେନ୍ଦ୍ରଙ୍କ ପାଖରୁ ମୋଟ୍ ୨୫ ଲକ୍ଷ ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛିଖୋଜାଖୋଜି ବେଳେ ତାଲଚରରେ ଭଡାଘରରୁ ୩,୦୮,୭୫୦ ଟଙ୍କା ଏବଂ ୩୩୬ ଗ୍ରାମ ସୁନା ଏବଂ ଅସ୍ତରଙ୍ଗରେ ଥିବା ଘରୁ ୧୦ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ଏହି ମୋଟ ନଗଦ ଜବରଦଖଲ ପ୍ରାୟ ୨୪.୨୪ ଲକ୍ଷ ଟଙ୍କା ହୋଇଛି।ଗତକାଲି ବିଳମ୍ବିତ ରାତିରେ ଜିତେନ୍ଦ୍ର ନିଜ କାର୍ରେ ତାଳଚେରୁ ଟଙ୍କାବ୍ୟାଗ ଧରି ନିଜ ଘର ଅସ୍ତରଙ୍ଗ ଆସୁଥିବା ଭିଜିଲାନ୍ସ କୌଣସି ସୂତ୍ରରୁ ଖବର ପାଇଥିଲା। ବାଲିଅନ୍ତାରେ ନିକଟରେ ଜିତେନ୍ଦ୍ରଙ୍କ ଗାଡ଼ିକୁ ଭିଜିଲାନ୍ସ ଅଧିକାରୀ ଅଟକାଇଥିଲେ। ପରେ ତାଙ୍କ ଗାଡ଼ି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିରୁ ୧୧, ୧୫, ୪୭୦ ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ। ତେବେ ଏତେ ଟଙ୍କା ଜିତେନ୍ଦ୍ର କେଉଁଠୁ ଆଣିଲେ, ଏହି ଟଙ୍କା କାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏନେଇ ଭିଜିଲାନ୍ସ ଅଧିକାରୀଙ୍କର ଜିତେନ୍ଦ୍ରଙ୍କ ଉପରେ ସନ୍ଦେହ ହୋଇଥିଲା। ପରେ ଅସ୍ତରଙ୍ଗରେ ଥିବା ଜିତେନ୍ଦ୍ରଙ୍କ ପୈତୃକ ଘର ଓ ତାଳଚେର ଭଡ଼ା ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |