‘ଆକାଶ NG’ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର,୧୨ା୧ : ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେଶନ ଶୁକ୍ରବାର ବ୍ୟବହାରିକ ପରୀକ୍ଷା ଚାନ୍ଦିପୁର ଆଇଟିଆର ପକ୍ଷରୁ କରାଯାଇଥିବା ଜଣାପଡ଼ିଛି। ଆଜି ପୂର୍ବାହ୍ନ ୧୦.୩୦ରେ ଏହି ପରୀକ୍ଷଣ ହୋଇଛି। ଆକାଶ ଏନର୍ଜି ଆକାଶ ସିରିଜର ଏକ ଅତ୍ୟାଧୁନିକ ମିସାଇଲ। ଏହି ସଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶର ଲକ୍ଷ୍ୟଭେଦ ଦୂରତା ୪୦ କିଲୋମିଟର। ଶତ୍ରୁପକ୍ଷର ଯେକୌଣସି ଯୁଦ୍ଧାସ୍ତ୍ରକୁ ଏହା ସହଜରେ ଧ୍ୱଂସ କରିବାରେ ସଫଳ ହୋଇପାରେ। ଏହାର ଲକ୍ଷ୍ୟଭେଦ କ୍ଷମତା, ଗତିବିଧି ଏବଂ ଯୋଗାଯୋଗ କ୍ଷମତାକୁ ଆଇଟିଆରର ଟେଲିମେଟ୍ରିକ୍‌ ରାଡାର ସିଷ୍ଟମ ଦ୍ବାରା ଅନୁଧ୍ୟାନ କରାଯାଇଥିଲା। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଡିଆରଡିଓ ପକ୍ଷରୁ ଏହି ପରୀକ୍ଷା ହୋଇଥିଲା।ଓଡିଶା ଉପକୂଳରୁ  ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ ମିସାଇଲର ନ୍ୟୁ ଭର୍ସନ (AKASH-NG)ର ସଫଳ ପରୀକ୍ଷଣ ହୋଇଛି। ସକାଳ ୧୦ ଟା ୩୦ ମିନିଟରେ ହୋଇଛି ଏହି ପରୀକ୍ଷଣ। ସଫଳତାର ସହିତ ଟାର୍ଗେଟ ହିଟ୍ କରିଥିବା ନେଇ ସୂଚନାଦେଛି ଡିଆରଡିଓ। ଏହାପରେ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହି ଆକାଶ ମିସାଇଲର ନ୍ୟୁ ଜେନେରେସନ ଭର୍ସନର ଲକ୍ଷ୍ୟଭେଦ କ୍ଷମତା ୪୫ରୁ ୫୦ କିଲୋମିଟର ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!