ନବରଙ୍ଗପୁର କିନର ସମାଜର ଅଭିନଵ ପ୍ରୟାସ ଗୋରିବ ଲୋକଙ୍କୁ ବାଣ୍ଟିଲେ କମ୍ବଳ

 

ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୧୨ା୧ :-ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ନବରଙ୍ଗପୁର କିନର ସମାଜ ତରଫରୁ ୩୦ ରୁ ଉର୍ଦ୍ଧ ବୃଦ୍ଧା, ବିକଳାଙ୍ଗ,ବିଧବା ଏବଂ ଗୋରିବ ଲୋକଙ୍କୁ କୋମ୍ବଳ ବାଣ୍ଟି ସମାଜ କୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ଖାଲି ଡାବୁଗାଁ ନୁହେଁ ନବରଙ୍ଗପୁର ଜିଲ୍ଲାର ପ୍ରତି ବ୍ଲକକୁ ଯାଇ ସେମାନେ ଗୋରିବ ଦୁଃଖିଙ୍କୁ ଏଭଳି ସାହାଯ୍ୟ କରିବା ପାଇଁ ଯଜନା ଥିବା କିନର ସମାଜ ସମ୍ପାଦକ ଚୁମକି କିନର ଏବଂ ସଭାପତି କାଜଲ କିନର କହିଛନ୍ତି। ଆଜି କମ୍ବଳ ବାଣ୍ଟିବା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ କିନର ସମାଜ ର ବର୍ଷା, ବୈଦେଇ, ଘୁଗୁ, ଅନିତା କିନର ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି କିନର ସମାଜ ଆଜିକୁ ବର୍ଷେ ହେବ ନବରଙ୍ଗପୁର ଜିଲ୍ଲାରେ ଗୋଠନ ହେଇଚି ଏବଂ ଖୁବ କମ ଦିନରେ ଏଭଳି କାମ କରି ଲୋକଙ୍କ ପ୍ରଶଂସାର ପାତ୍ର ହଇଛି।୫୦ଜଣ ସଦର୍ଶ କୁ ନେଇ ଗୋଡି ଊଠିଥିବା ଏହି ସଂଗଠନ ଆଗାମୀ ଦିନରେ ଆହୁରି ଅଧିକ ଗରିବ ଦୁଃଖିଙ୍କ ସାହାଯ୍ୟ କରିବା ପାଇଁ ଯୋଜନା କରୁଥିବା ସ୍ଥାନେ ସ୍ଥାନେ ଚର୍ଚ୍ଚା ହେଉଛି। କିନର ସମାଜ ର ଏହି ଅଭିନଵ ପ୍ରୟାସ ଅନ୍ୟ ସମାଜ ବା ସଂଗଠନ ମାନଙ୍କୁ ଆଗାମୀ ଦିନରେ ନିଶ୍ଚୟ ପ୍ରେରଣା ଜଗାଇବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!