ନୂଆଦିଲ୍ଲୀ,୧୩।୧: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହିତ ଜଡିତ ମନି ଲଣ୍ଡରିଙ୍ଗ୍ ମାମଲାରେ ଆଜି ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ର୍ନିେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍ ଜାରି କରିଛି। ଜାନୁଆରୀ ୧୮ ତାରିଖ ଦିନ ଇଡି କାର୍ଯ୍ୟାଳୟରେ ହାଜର ହେବା ଲାଗି ଏହି ନୋଟିସରେ ତାଙ୍କୁ କୁହାଯାଇଛି। ଇଡି ଜାରି କରିଥିବା ସମନ୍ ବେଆଇନ୍ ଓ ତାଙ୍କୁ ଗିରଫ କରିବା ଲାଗି ଉଦ୍ଦିଷ୍ଟ କହି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଜାନୁଆରି ୩ ତାରିଖ ସମନ୍କୁ ଏଡାଇ ଯାଇଥିଲେ। ଏହା ପୂର୍ବରୁ ନଭେମ୍ବର ୨ ଓ ଡିସେମ୍ବର ୨୧ ତାରିଖରେ ହାଜର ହେବାକୁ ଜାରି କରାଯାଇଥିବା ଇଡିର ଦୁଇଟି ସମନ୍ ମଧ୍ୟ ସେ ଏଡାଇ ଦେଇଥିଲେ।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ସମନ ପଠାଇଲା ଇଡି। ଦିଲ୍ଲୀ ମଦ ନୀତି ଦୁର୍ନୀତିକୁ ନେଇ ତାଙ୍କୁ ଜାରି ହୋଇଛି ନୋଟିସ । ଜାନୁଆରୀ ୧୮ ତାରିଖ ପୂର୍ବରୁ ହାଜର ହେବା ପାଇଁ ଇଡି ପକ୍ଷରୁ ସମନ ଜାରି କରଯାଇଛି ।ଇଡି ପକ୍ଷରୁ ଚତୁର୍ଥ ଥର ପାଇଁ କେଜ୍ରିୱାଲଙ୍କୁ ସମନ୍ ଜାରି କରାଯାଇଛି । ମଦ ଦୁର୍ନୀତି ପ୍ରସଙ୍ଗକୁ ପୂର୍ବରୁ ମଧ୍ୟ ତିନିଥର ଇଡି ପକ୍ଷରୁ ହାଜର ହେବାକୁ କେଜ୍ରିୱାଲଙ୍କୁ ନୋଟିସ ଦିଆଯାଇଥିଲା। କିନ୍ତୁ ସେ ହାଜର ହୋଇ ନଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |