ଭିତରକନିକା ଓ ସାତକୋଶିଆରେ ବଢୁଛି କୁମ୍ଭୀର ବଂଶ

କେନ୍ଦ୍ରାପଡ଼ା,୧୪ା୧:ଭିତରକନିକା ଓ ସାତକୋଶିଆରେ ବଢ଼ିଛି କୁମ୍ଭୀର ସଂଖ୍ୟା। ନିକଟରେ ହୋଇଥିବା ଗଣନାରୁ ଆସିଛି ଏହି ତଥ୍ୟ।ଭିତରକନିକାରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ୧୮ଟି ଅଧିକ କୁମ୍ଭୀର ଅଛନ୍ତି। ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, ୨୨ଟି ଟିମ୍‌ ୫୧ଟି ସେଗମେଣ୍ଟରେ କୁମ୍ଭୀର ଗଣନା କରିଥିଲେ। ଗତ ବର୍ଷ ୧୭୯୩ଟି କୁମ୍ଭୀର ଥିଲେ। ଏଥର ଏହି ସଂଖ୍ୟା ୧୮୧୧କୁ ବୃଦ୍ଧି ପାଇଛି।ସେହିପରି ସାତକୋଶିଆରେ ଗତବର୍ଷ ୮୮ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ଏହା ୧୧୧କୁ ବୃଦ୍ଧି ପାଇଛି। ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡା କହିଛନ୍ତି, ଗତବର୍ଷ ୮୧ଟି ମଗର ଓ ୭ଟି ଘଡ଼ିଆଳ ଥିଲେ। ଚଳିତ ବର୍ଷ ମଗର ସଂଖ୍ୟା ୯୭କୁ ବୃଦ୍ଧି ପାଇଥିବା ବେଳେ ଘଡ଼ିଆଳ ସଂଖ୍ୟା ୧୪କୁ ବଢ଼ିଛି।ଗତବର୍ଷ ଅପେକ୍ଷା ଚଳିତବର୍ଷ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୩ ଗଣନା ବେଳେ କୁମ୍ଭୀରଙ୍କ ସଂଖ୍ୟା ୧୭୯୩ ଥିବାବେଳେ ଚଳିତବର୍ଷ ଏହା ୧୮୧୧କୁ ଛୁଇଁଛି। ଏଥିମଧ୍ୟରେ କନିକା ବନଖଣ୍ଡରେ ସର୍ବାଧିକ ୧୪୨୨ଟି କୁମ୍ଭୀର ଥିବା ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍‌) ଡ. ସୁଶାନ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!