କୋକେନ ଜବତ ଘଟଣା : ଜାହାଜରୁ ଡେଇଁ କ୍ରିୟୁ ମେମ୍ବରଙ୍କ ଆତ୍ମହତ୍ୟା ଉଦ୍ୟମ

ଜଗତସିଂହପୁର,୧୪ା୧: ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ହୋଇଥିବା ଜାହାଜରୁ ଜଣେ  କ୍ରିୟୁ ସଦସ୍ୟ ଡେଇଁଥିବା ଜଣାଯାଇଛି। ତାଙ୍କର ହାତ କଟା ଯାଇଥିବା ଅବସ୍ଥାରେ ସେ ସମୁଦ୍ରକୁ ଡେଇଁଥିଲେ। ଆଜି ସକାଳେ ଏଭଳି ଘଟଣା ଘଟିଛି। ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ‌ହେଲେ ଗୁରୁତର ଅବସ୍ଥାରେ ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।କୋକେନ ଜବତ ଜାହାଜରୁ ଡେଇଁ କ୍ରିୟୁ ମେମ୍ବରଙ୍କ ଆତ୍ମହତ୍ୟା ଉଦ୍ୟମ ।  କୋକେନ ଜବତ ଘଟଣାରେ ଅଟକ ଥିଲେ କ୍ରିୟୁ ସଦସ୍ୟ । ସଦସ୍ୟ ଜଣ ଭିଏତନାମ୍‌ ର ନାଗରିକ ବୁଇ କଂ ହୁ ହୋଇଥିବା ବେଳେ ଦେବୀ ଜାହାଜରେ ପିଆଇସିଟି କମ୍ପାନୀର ବର୍ଥକୁ ପଣ୍ୟ ନେବାପାଇଁ ଆସିଥିଲା ଏହି ଜାହାଜ ।ଗତ ଡିସେମ୍ବର 1 ତାରିଖରେ ଜାହାଜରୁ 220 କୋଟି ଟଙ୍କାର କୋକେନ ଜବତ ହେବାପରେ ଏବେ 21 କ୍ରିୟୁ ମେମ୍ବରଙ୍କୁ ଅଟକ ରଖାଯିବା ସହ ଜାହାଜକୁ ଜବତ କରିଛି କଷ୍ଟମ ବିଭାଗ  ।  ତେବେ କଷ୍ଟମ ବିଭାଗ ଜାହାଜକୁ ଆଙ୍କରେଜ୍ ଏରିଆରେ ଯାଇଥିବା ବେଳେ କିଭଳି  କ୍ରିୟୁ ମେମ୍ବର ଜଣକ ସମୁଦ୍ର ଭିତରକୁ ଡେଇଁଲେ   ।ଗତ ବର୍ଷ ଡସେମ୍ବର ୧ ତାରିଖରେ ୨୨୦ କୋଟି ଟଙ୍କାର କେକେନ୍ ଜବତ ହୋଇଥିଲା। ୨୩ ପ୍ୟାକେଟ୍ କୋକେନ୍‌ରୁ ୨୨ ପ୍ୟାକେଟ୍ ଜବତ ହୋଇଥିବା ବେଳେ ଆଉ ଗୋଟିଏ ଜାହାଜର ତଳେ ଥିବା ପାଣି ଟ୍ୟାଙ୍କର୍‌ରେ ଥାଇପାରେ ବୋଲି ତଦନ୍ତକାରୀ ଟିମ୍ ସନ୍ଦେହ କରିଥିଲା। ତେବେ ଦୀର୍ଘ ଦଶ ଦିନ ପରେ ବି ତଦନ୍ତକାରୀ ସଂସ୍ଥା ଜାହାଜରୁ କୋକେନ୍ ଖୋଜିଥିଲା। ଏକ ବିଶେଷସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ଏବେ ୧୦ଜଣଙ୍କୁ ସ୍କାନର୍‌ରେ ନିଆଯାଇଛି। ତିନି କ୍ରିଉ ମେମ୍ବର୍‌, ୬ କ୍ରେନ୍ ଅପରେଟର୍ ଓ ଜଣେ ଷ୍ଟିଭଡୋରିଂର ବରିଷ୍ଠ ସଦସ୍ୟଙ୍କୁ ଆଜି ପଚରାଉଚରା କରାଯାଇଛି। ଏମାନଙ୍କୁ ସାମ୍ନାସାମ୍ନି ବସାଇ ତଦନ୍ତକାରୀ ସଂସ୍ଥା ପଚରାଉଚରା କରୁଥିବା ବେଳେ ଜାହାଜ ଭିତରକୁ କିଏ, କେଉଁ ସମୟରେ, କେଉଁଠାରୁ କୋକେନ୍ ଚଢାଇଲା, ତାର ଖିଅ ତଦନ୍ତକାରୀ ସଂସ୍ଥା ଖୋଜୁଥିବା ଜଣାପଡ଼ିଛି। ସୀମା ଶୁଳ୍କ ବିଭାଗକୁ ଆଜି ବି କୋକେନ୍ ଘଟଣାରେ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲା। ହେଲେ ସେମାନେ କୌଣସି ଉତ୍ତର ଦେଇ ନାହାନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!