ନବରଙ୍ଗପୁର(ମିହିର ଶଙ୍କର ପାତ୍ର,) ,୧୫।୧:-ପାପଡାହାଣ୍ଡି ବ୍ଲକ ମୋକିଆରୁ ଜଣେ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି | ତାଙ୍କୁ ଘରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି | ମକିଆ ଅଂଚଳର ଜାଣେ ବ୍ୟକ୍ତିଙ୍କୁ ଜ୍ୱର ହେବାରୁ ପାପଡାହାଣ୍ଡି ଆସି ଡାକ୍ତରଙ୍କୁ ଦେଖାଇ ଥିଲେ। ଏବଂ ତାଙ୍କର ପରୀକ୍ଷା କରିବା ପାରେ ତାଙ୍କୁ କରୋନା ବାହାରିଥିଲା |ଦୀର୍ଘ ଦିନ ପରେ ପୁଣି ନବରଙ୍ଗପୁର ଜିଲ୍ଲାରେ କରୋନା ଫେରିଲା। କରୋନାରୁ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ଲୋକଙ୍କୁ ମାସ୍କ ବ୍ୟବହାର ଓ ସାନିଟାଈଜର ବ୍ୟବହାର ନେଇ ସଚେତନ କରାଯାଇଛି |ସ୍ଥାନୀୟ ଜନତା ଯଦି ବେଳ ଥାଉଁଣୁ ସତର୍କ ନ ହୁଅନ୍ତି ତେବେ ପରିସ୍ଥିତି ଆହୁରି ଭୟଙ୍କର ହେବ। ତେଣୁ ସମସ୍ତେ ନିଜେ ନିଜେ ସତର୍କତା ଅବଲମ୍ବନ କରିବାକୁ ପଡିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |