ଭୁବନେଶ୍ୱର,୧୫ା୧:ଆଗକୁ ଓଡିଶାରେ ରହିଛି ୨୦୨୪ ସାଧାରଣ ନିର୍ବାଚନ। ନିର୍ବାଚନ ଫଳରେ ଯେମିତି ଛାତ୍ରଛାତ୍ରୀଙ୍କ ପାଠ ପଢାରେ କୌଣସି ପ୍ରଭାବ ନ ପଡିବ ସେନେଇ ମଧ୍ୟ ଧ୍ୟାନ ଦିଆଯାଉଛି। ବିଶେଷକରି ନିର୍ବାଚନ ପୂର୍ବରୁ ପିଲାଙ୍କ ପରୀକ୍ଷାକୁ ସାରିବା ପାଇଁ ବ୍ୟବସ୍ଥା କରାଯାଉଛି। ତେବେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)।ପ୍ରଥମରୁ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ବା ସମ୍ମେଟିଭ ଆସେସ୍ମେଣ୍ଟ-୨ ମାର୍ଚ୍ଚ ୧୫ରୁ ୨୦ତାରିଖ ମଧ୍ୟରେ ହୋଇପାରେ। ଏହି ସମୟରେ ପରୀକ୍ଷା କରିବା ପାଇଁ ଯୋଜନା ରହିଥିବା ସଂକ୍ରାନ୍ତରେ ଓସେପା ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି। ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ମାର୍ଚ୍ଚ ୨୧ରୁ ୨୭ତାରିଖ ମଧ୍ୟରେ ଖାତା ମୂଲ୍ୟାୟନ ହେବ। ୩୦ ତାରିଖରେ ଫଳ ପ୍ରକାଶ ପାଇବ। ସେହିପରି ପ୍ରଶ୍ନପତ୍ର କେବେ କେଉଁଠୁ ଯିବ ସେ ନେଇ ମଧ୍ୟ ତାରିଖ ଧାର୍ୟ୍ୟ କରାଯାଇଛି। ତେବେ ଏହାକୁ ପରିବର୍ତ୍ତନ ମଧ୍ୟ କରାଯାଇପାରେ। ପରୀକ୍ଷା ପାଇଁ ପ୍ରଶ୍ନପତ୍ର, ଉତ୍ତର ଖାତା, ମୌଖିକ ପ୍ରଶ୍ନପତ୍ର ଆଦି ଟିଇ ଆଣ୍ଡ୍ ଏସ୍ସିଇଆର୍ଟି ପ୍ରସ୍ତୁତ କରୁଛି। ଏସବୁକୁ ଦୃଷ୍ଟିରେ ରଖି ଜିଲା ପ୍ରକଳ୍ପ ଅଧିକାରୀ(ଡିପିଓ)ଙ୍କ ସ୍ତରରେ ପଦକ୍ଷେପ ନେବା ପାଇଁ କୁହାଯାଇଛି।ତେବେ ସମ୍ମେଟିଭ ଆସେସ୍ମେଣ୍ଟ-୨ ପାଇଁ ସମ୍ପୂର୍ଣ୍ଣ ଏସ୍ଓପି/ଗାଇଡ୍ଲାଇନ ପରବର୍ତ୍ତୀ ସମୟରେ ଦିଆଯିବ ବୋଲି ସୂଚନା ଦିଆଯାଇଛି। ଏଣୁ ଛାତ୍ରଛାତ୍ରୀ ମାନେ ପରୀକ୍ଷାକୁ ନେଇ ଏବେ ଠାରୁ ପ୍ରସ୍ତୁତ ରୁହନ୍ତୁ ବୋଲି ମତ ପ୍ରକାଶ ପାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |