ସୋମବାରଠାରୁ ଆରମ୍ଭ ଧନୁଯାତ୍ରା , ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବରଗଡ଼,୧୫।୧ :   ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରଠାରୁ ଆରମ୍ଭ ହେଉଛି। ଧନୁଯାତ୍ରା ମହୋତ୍ସବକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ବିଶ୍ୱ ପ୍ରସିଦ୍ଧ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ବରଗଡ଼ ଧନୁଯାତ୍ରା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଭଗବାନ କୃଷ୍ଣଙ୍କ ମଥୁରା ଯାତ୍ରାର ମହାନ ଗାଥାକୁ ଏହା ପ୍ରଦର୍ଶିତ କରିଆସୁଛି। ଓଡ଼ିଶାର କଳା ଓ ପରମ୍ପରାର ଏହା ହେଉଛି ଅନନ୍ୟ ପ୍ରତୀକ। ଉଲ୍ଲେଖଯୋଗ୍ୟ, ସୋମବାର ସା ୭ଟାରେ ମହୋତ୍ସବ ଉଦଘାଟିତ ହେବ। ଚଳିତ ମାସ ୨୫ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ଚାଲିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!