ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଆଜି ମହାଯଜ୍ଞର ଦ୍ୱିତୀୟ ଦିନ

ପୁରୀ,୧୬ା୧: ୧୭ ତାରିଖ ଦିନ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହାକୁ ନେଇ ଚଳଚଞ୍ଚଳରେ ହୋଇ ଉଠିଛି ଶ୍ରୀକ୍ଷେତ୍ରଧାମ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଲାଗି ଉତ୍ସବମୁଖର ଶ୍ରୀକ୍ଷେତ୍ର । ତ୍ରିଦିନାତ୍ମକ ହୋମଯଜ୍ଞ ଚାଲିଥିବା ବେଳେ ଆଜି ମହାଯଜ୍ଞର ଦ୍ୱିତୀୟ ଦିନ । ଶ୍ରୀମନ୍ଦିର ଚାରିଦ୍ୱାରରେ ଚାଲିଛି ବେଦପାଠ । ହୋମଯଜ୍ଞରେ ପ୍ରକଂପିତ ହେଉଛି ଚତୁର୍ଦିଗ । ସିହଂଦ୍ୱାରରେ ରୁଗ୍, ପଶ୍ଚିମରେ ସାମ୍, ଉତ୍ତରରେ ଯଦୁ ଓ ଦକ୍ଷିଣ ଦ୍ୱାର ଅଥର୍ବ ବେଦର ଧ୍ୱନିରେ ଗୁଂଜରିତ ହେଉଛି ।ଯଜ୍ଞ ମଣ୍ଡପ ସହ ମନ୍ତ୍ରୋପୋଚାରଣରେ ଶ୍ରୀକ୍ଷେତ୍ର କମ୍ପୁଛି। ଚାରିଆଡେ କେବଳ “ଜୟ ଜଗନ୍ନାଥ” ଧ୍ୱନି ଗୁଞ୍ଜରିତ ହେଉଛି। ତେବେ ଏହି ଐତିହାସିକ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଘରେ ଘରେ ଦୀପ ଜାଳି, ଶଙ୍ଖ ଫୁଙ୍କି ପାଳିବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହ୍ୟ ପ୍ରକଳ୍ପର ଲୋକାର୍ପଣ କରିବେ। ରବିବାର ଲୋକାର୍ପଣ ପାଇଁ ଥିବା ପଥରକୁ ଖୋଦେଇ କରାଯାଇ ଅଷ୍ଟଧାତୁ ଲେଖା ଫଳକ ଲଗାଯାଇଛି। ଏହି ଫଳକରେ ‘ଶ୍ରୀ ଶ୍ରୀ ଜଗନ୍ନାଥାୟ ନମଃ’। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭ ପ୍ରତିଷ୍ଠା ଓ ଲୋକାର୍ପଣ, ପୌଷ ଶୁକ୍ଳ ସପ୍ତମୀ, ୧୭ ତାରିଖ ବୁଧବାର’ ଲେଖାଯାଇଛି। ଶିଳାନ୍ୟାସ ଫଳକର ଦକ୍ଷିଣ ପାର୍ଶ୍ୱରେ ଏହି ଲୋକାର୍ପଣ ପଥର ଫଳକ ରହିଛି । ତେବେ ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଯଜ୍ଞ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି। ଓଡ଼ିଆ ଜାତିର ଇତିହାସରେ ଏହା ଏକ ଗୌରବମୟ ମୁହୂର୍ତ୍ତ।’ ସେହିପରି, ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥା’ନ୍ତି। ସମସ୍ତେ ଯେପରି, ଏକ ଦିବ୍ୟ ଅନୁଭବ ନେଇ ଫେରିବେ, ତାକୁ ଦୃଷ୍ଟିରେ ରଖି ପରିକ୍ରମା ପ୍ରକଳ୍ପରେ ବିଭିନ୍ନ ସୁବିଧା ସୁଯୋଗର ବିକାଶ ମଧ୍ୟ କରାଯାଇଛି।ପରିକ୍ରମା ପ୍ରକଳ୍ପ ଅପୂର୍ବ ଦିବ୍ୟ ଅନୁଭୂତି ପ୍ରଦାନ କରୁଛି। ସମଙ୍ଗ ପାର୍କିଂ, ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ୍‌ ସେଣ୍ଟର ଏବଂ ଶ୍ରୀମାର୍ଗ ପ୍ରସ୍ତୁତ ସରିଛି। କାର୍ଯ୍ୟକ୍ରମରେ ପ୍ରାୟ ୯ଶହ ଅତିଥି ଓ ସେବାୟତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅତିଥିମାନେ ପୁରୀରେ ପହଞ୍ଚତ୍ବାରେ ଲାଗିଛନ୍ତି। ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ସେହିପରି ଓବିସିସି ଅଧିକାରୀ ପ୍ରଭାତ କୁମାର ପାଣିଗ୍ରାହୀ କହିଛନ୍ତି, ଶ୍ରୀସେତୁଠାରୁ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ଓ ସେଠାରୁ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଯାତାୟାତ ପାଇଁ ବ୍ୟାଟେରିଚାଳିତ ବସ୍‌ ଏବଂ ଅଟୋ ଚଳାଚଳ ସୁବିଧା ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିସରରେ ସୁନ୍ଦର ବଗିଚା, ପ୍ରଶସ୍ତ ପ୍ରଦକ୍ଷିଣ ରାସ୍ତା, ଶୌଚାଳୟ, ପାନୀୟଜଳ ବ୍ୟବସ୍ଥା, ସୁନ୍ଦର କଳାକୃତି ପ୍ରଭୃତି ଭକ୍ତମାନଙ୍କୁ ଏକ ନୂଆ ଅନୁଭୂତି ଦେବ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!