୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ଭୁବନେଶ୍ୱର ,,୧୬ା୧:ଧାନ ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀମାରଣ ନୀତି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ କରାଯାଇଛି।ଧାନମଣ୍ଡି ଅବ୍ୟବସ୍ଥା ନେଇ ଆଜି ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।ଏହି ବନ୍ଦକୁ ସମର୍ଥନ କରୁଛି ଜିଲ୍ଲା କୃଷକ ସଂଘ। ବନ୍ଦ ଯୋଗୁ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ, ଦୋକାନ ବଜାର ଏବଂ ଯାନବାହନ ଚଳାଚଳ ବନ୍ଦ ରହିଛି।ସକାଳୁ କଂଗ୍ରେସ କର୍ମୀମାନେ ବିଭିନ୍ନ ଛକରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଛନ୍ତି। ଏହହାସହ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଧାନ ବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ଗାଡ଼ିଚଳାଜଳ ବନ୍ଦ ରହିଛି। ରାସ୍ତାରେ ବହୁ ସଂଖ୍ୟାରେ ଗାଡ଼ି ଲମ୍ବା ଧାଡ଼ିରେ ଛିଡ଼ା ହୋଇଛି।ସେହିପରି ଦୋକାନ ବଜାର ବନ୍ଦ ରହିଛି। ଧାନ କିଣାରେ ଅଵ୍ୟବସ୍ଥାରେ ହେଉଥିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଫଳରେ ଧାନ କିଣାରେ ଅବ୍ୟବସ୍ଥାର ପ୍ରତିବାଦ କରି ଆଜି ଦେବଗଡ଼ ଜିଲ୍ଲା ବନ୍ଦ ପାଳନ କରାଯାଇଛି। ଗତ ଡିସେମ୍ବର ମାସ ୧୫ରୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଧାନ ବିକ୍ରି ପାଇଁ ଜିଲ୍ଲାରେ ୧୯ହଜାର ୦୭୭ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ମିଲର୍ସମାନଙ୍କ ମନମାନି ଯୋଗୁଁ ଚାଷମାନଙ୍କ ଠାରୁ କ୍ରୟ କରାଯାଇଥିବା ଧାନ ଠିକ ସମୟରେ ମଣ୍ଡିରୁ ଉଠିନପାରି ମଣ୍ଡିରେ ପଡ଼ିରହୁଛି। ମଣ୍ଡିରୁ ଠିକ ସମୟରେ ଧାନ ଉଠୁନଥିବାରୁ ଚାଷୀମାନେ ଉପଯୁକ୍ତ ସମୟରେ ଧାନ ବିକ୍ରି କରିନପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଠିକ ସମୟରେ ଜିଲ୍ଲାର ସମସ୍ତ ପ୍ୟାକ୍ସରେ ଟାର୍ଗେଟ ଠିକ ସମୟରେ ଆସୁନଥିବା ଯୋଗୁଁ ଚାଷୀମାନେ ୨୦ ଦିନ ବିଳମ୍ବରେ ଧାନ ବିକ୍ରି କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଧାନମଣ୍ଡିରେ ମିଲର୍ସମାନେ କଟନିଛଟନି କରୁଥିବାବେଳେ ୨୫ କୁଇଣ୍ଟାଲରୁ ଅଧିକ ଧାନ ଚାଷୀମାନେ ବିକ୍ରି କରୁଥିଲେ ସେମାନଙ୍କୁ ମଣ୍ଡିକୁ ଧାନ ଆଣିବା ପାଇଁ ମିଲର୍ସମାନେ ବାଧ୍ୟ କରୁଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମ୍ରମ ଅଭିଯୋଗ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!