ନବରଙ୍ଗପୁର ଜିଲ୍ଲାରେ ମଣିଷ କୃତ ଭାଲୁଗୁମ୍ଫା ଗ୍ରାମବାସୀ ଏବଂ ବନ ବିଭାଗର ଅଭିନଵ ପ୍ରୟାସ

 

ନବରଙ୍ଗପୁର (ମିହିର ଶଙ୍କର ପାତ୍ର),୧୬।୧:ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଇଚ୍ଛାପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଦମଲି ଗ୍ରାମ ନିକଟରେ ଥିବା ଏକ ପାହାଡ଼, ଯେଉଁ ପାହାଡକୁ ଗ୍ରାମବାସୀ ଏବଂ ଝରୀଗାଁ ଜଙ୍ଗଲ ବିଭାଗର ମିଲିତ ଉଦ୍ୟମରେ ଏହି ଜଙ୍ଗଲର ସୁରକ୍ଷା ସହିତ ବନ୍ୟଜନ୍ତୁ ଙ୍କ ସୁରକ୍ଷା ଲାଗି କରାଯାଇଛି ଅଭିନଵ ପ୍ରୟାସ, ଆଶା କରାଯାଉଛି ଯାହାକି ଅନ୍ୟ ଗ୍ରାମବାସୀ ଙ୍କ ଲାଗି ମଧ୍ୟ ପ୍ରେରଣା ଯୋଗେଇବ। କହିବାକୁ ଗଲେ ଏଇ ପାହାଡ଼ ଟିର ନାମ ହେଉଛି ଚଚା ପାହାଡ଼,ଏବେ ପାହାଡଟି ପୁରା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବା ବେଲେ ଏହା ଏବେ ଭାଲୁଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି, କୁହାଯାଉଛି ଭାଲୁ ବ୍ୟତୀତ ଏବେ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ଙ୍କ ଆଶ୍ରୟ ସ୍ଥଳ ପାଲଟିଛି ଏହି ପାହାଡ଼ .ଯେହେତୁ ଏ ଅଂଚଳଟି ଭାଲୁପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଅନେଜ ସମୟରେ ଭାଲୁ ତାର ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶିଆସୁଥାଏ,ଭାଲୁ ଏବଂ ଲୋକଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇ ବହୁ ଧନ ଜୀବନ କ୍ଷୟକ୍ଷତି ଘଟୁଥିବା ହେତୁ , ଝରୀଗାଁ ଜଙ୍ଗଲ ବିଭାଗ ଏବଂ କାଦମଲୀ ଗ୍ରାମବାସୀଙ୍କ ମିଳିତ ଅଭିଯାନ ରେ ଏକ ଅଭିନଵ ପ୍ରୟାସ କରାଯାଇଛି, ଭାଲୁ ପାଇଁ ତିଆରି କରାଯାଇଛି ଆଶ୍ରୟସ୍ଥଳ ବା ଭାଲୁଗୁମ୍ଫା,। ଏହି ଗୁମ୍ପାର ଦୂରତା ଗାଁ ରୁ ମାତ୍ର ପଚାଶ ମିଟର, ଆଉ ଇଏ ହେଉଛି ଭାଲୁ ର ଆଶ୍ରୟ ସ୍ଥଳୀ ବା ଭାଲୁଗୁମ୍ଫା ଯାହା ସିମେଣ୍ଟ ରେ ନିର୍ମାଣ କରାଯାଇଛି ହେଲେ ଏହାର ନିର୍ମାଣ ଶୈଳୀ ସମ୍ପୂର୍ଣ୍ଣ ପଥର ଗୁମ୍ଫା ସଦୃଶ୍ୟ ଯେହେତୁକି ଭାଲୁ ଅନୁଭବ ନ କରୁ ଏହା ମନୁଷ୍ୟକୃତ,ଗୁମ୍ଫାର ଚତୁର୍ପାର୍ଶ୍ଵ ଲାଗିଛି ଶିଆଳି ଲତା। ଜଙ୍ଗଲରେ ଭାଲୁ ର ଆଶ୍ରୟ ବ୍ୟତୀତ ତାର ଖାଦ୍ୟପେୟ ପାଇଁ ମଧ୍ୟ ରହିଛି ସୁବ୍ୟବସ୍ଥା ଏଠାରେ ଭାଲୁ ଯେଉଁ ସବୁ ଖାଦ୍ୟକୁ ଅଧିକ ପସନ୍ଦ କରିଥାଏ ତାକୁ ଦୃଷ୍ଟିରେ ରଖି ବରକୋଳି, କେନ୍ଦୁ, ମହୁଲ, ପଣସ ଇତ୍ୟାଦି ପାଖାପାଖି ହଜାର ଫଳନ୍ତି ଗଛ ଲଗାଯାଇ ତାର ଯତ୍ନ ନିଆ ଯାଉଛି,ଯେମିତି ଭାଲୁ ତାର ଆବଶ୍ୟକୀୟ ଖାଦ୍ୟ ପାଇ ଗାଁ ମୁହାଁ ନ ହୁଏ। ଏହି ସ୍ଥାନ ବା ପାହାଡ଼ ଟି ପ୍ରାୟ 200 ହେକଟର ପରିମିତ ବିଶିଷ୍ଟ ହୋଇଥିବା ବେଳେ ଲୋକେ ଚାଷ କରି ପାହାଡ଼ଟିକୁ ଥୁଣ୍ଟା କରିଦେଇଥିଲେ କିନ୍ତୁ ଗ୍ରାମବାସୀ ଜଙ୍ଗଲ ଜଗିବା ସହ ଏକ ନୂତନ ଜଙ୍ଗଲ ସୃଷ୍ଟି କରିବାରେ ମଧ୍ୟ ସଫଳ ହେବା ପରେ ଏବେ ଭାଲୁ ଠାରୁ ସୁରକ୍ଷିତ ରହିବା ଲାଗି ଯେଉଁ ପ୍ରୟାସ କରିଛନ୍ତି ତାହାକୁ ନେଇ ଅସା କରାଯାଉଛି ଏଭଳି ପ୍ରୟାସ ଉଭୟ ବନ୍ୟପ୍ରାଣୀ ଏବଂ ଗ୍ରାମବାସୀ ଙ୍କୁ ନିଶ୍ଚିତ ଭାବେ ନିରାପଦ ରଖିବା ସହ ଜଙ୍ଗଲ ସୁରକ୍ଷା ଦିଗରେ ଏକ ବଳିଷ୍ଠ ଭୂମିକା ନିଭେଇବାରେ ଏହି କାଦମଲି ବନ୍ୟସଂରକ୍ଷଣ ସମିତି ଉଦାହରଣ ସାଜିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!