ଅଯୋଧ୍ୟା,୧୬।୧: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଆରମ୍ଭ ହେବ ଧାର୍ମିକ ରୀତିନୀତି। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାର ପ୍ରାୟଶ୍ଚିତ ଏବଂ କର୍ମକୂଟି ପୂଜନ କାର୍ଯ୍ୟକ୍ରମ ରହିଛି । ସେହିପରି ବୁଧବାର ଭବ୍ୟ ମୂର୍ତ୍ତି ପରିସର ପ୍ରବେଶ ହେବ । ଜାନୁଆରୀ ୧୮ ତାରିଖ ସନ୍ଧ୍ୟାରେ ତୀର୍ଥ ପୂଜନ, ଜଳଯାତ୍ରା , ଜଳାଧିବାସ ଏବଂ ଗନ୍ଧାଧିବାସ ରୀତିନୀତି ରହିଛି। ଜାନୁଆରୀ ୧୯ ତାରିଖ ସକାଳେ ଓୗଷାଧିବାସ , କେଶରାଧିବାସ , ଘୃତାଧିବାସ ଏବଂ ସନ୍ଧ୍ୟାରେ ଧ୍ୟାନାଧିବାସ ନୀତି ରହିଛି ।ଭବ୍ୟ ରାମମନ୍ଦିରରେ ରାମଲାଲାଙ୍କୁ ପ୍ରାଣ ପ୍ରତିଷ୍ଠା ରୀତିନୀତି ଆଜିଠାରୁ ଆରମ୍ଭ ହୋଇ ଜାନୁୟାରୀ ୨୧ ପର୍ଯ୍ୟନ୍ତ ଚାଲିବ। ଜାନୁଆରୀ ୧୮ରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଗତ ୭୦ ବର୍ଷ ଧରି ପୂଜାପାଠ କରୁଥିବା ବର୍ତ୍ତମାନର ପ୍ରତିମାକୁ ମଧ୍ୟ ନୂତନ ମନ୍ଦିରର ଗର୍ଭଗୃହରେ ରଖାଯିବ। ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହା କହିଛନ୍ତି।
ଚମ୍ପତ ରାୟ କହିଛନ୍ତି, ଜାନୁଆରୀ ୨୨ରେ ପ୍ରତିଷ୍ଠା ହେବ। ମୁଖ୍ୟ ରୀତିନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଦିନ ୧୨:୨୦ରେ ଆରମ୍ଭ ହେବ। ଏହି ପୂଜା ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ଚାଲିବ। ଏହା ପରେ ପିଏମ ମୋଦି, ସିଏମ ଯୋଗୀ, ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ପ୍ରାୟ ୭୫ ମିନିଟ ପାଇଁ ବାର୍ତ୍ତା ଦେବେ। ଏହି ସମାରୋହ ପାଇଁ ଅତିଥିମାନଙ୍କୁ ସକାଳ ୧୦.୩୦ ସୁଦ୍ଧା ରାମଜନ୍ମଭୂମି କମ୍ପ୍ଲେକ୍ସରେ ପ୍ରବେଶ କରିବାକୁ ପଡିବ। ମନ୍ଦିର ପରିସରରେ ଆଠ ହଜାର ଚେୟାର ଲଗାଯାଉଛି।
୧୬ ଜାନୁଆରୀ- ପ୍ରାୟଶ୍ଚିତ, କର୍ମକୁଟି ପୂଜା
୧୭ ଜାନୁଆରୀ- ପରିସରରେ ମୂର୍ତ୍ତିର ପ୍ରବେଶ
୧୮ ଜାନୁଆରୀ – ତୀର୍ଥପୂଜନ ଏବଂ ଜଳଯାତ୍ରା, ଜଳାଧିବାସ ଏବଂ ଗନ୍ଧାଭିବାସ
୧୯ ଜାନୁଆରୀ-ଔଷଧାଧିବାସ, କେଶରାଧିବାସ, ଘୃତାଧିବାସ ଏବଂ ଧ୍ୟାନାଧିବାସ
୨୦ ଜାନୁଆରୀ- ଶର୍କରାଧିବାସ,, ଫଳାଧିବାସ, ପୁଷ୍ପାଧିବାସ
୨୧ ଜାନୁଆରୀ – ମଧ୍ୟାଧିବାସ, ଶଯ୍ୟାଧିବାସ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |