ନୂଆଦିଲ୍ଲୀ,୧୬।୧: ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ପ୍ରବଳ ଥଣ୍ଡା। ମଙ୍ଗଳବାର ଦିନ ସକାଳୁ ସକାଳୁ ଜାତୀୟ ରାଜଧାନୀ କୁହୁଡ଼ିର ଏକ ଚାଦରରେ ତଳେ ଘୋଡ଼େଇ ହୋଇ ରହିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଜାତୀୟ ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗରେ ତାପମାତ୍ରା ୪.୮ ଡିଗ୍ରି ସେଲ୍ସିୟସ୍ ରେକର୍ଡ ହୋଇଥିବା ବେଳେ ପଲମରେ ୭.୨ ଡିଗ୍ରି ରେକର୍ଡ କରାଯାଇଛି।ପ୍ରବଳ ଥଣ୍ଡା ଏବଂ କୁହୁଡି ଯୋଗୁଁ ବିମାନ ଏବଂ ଟ୍ରେନ୍ ଚଳାଚଳରେ ସମସ୍ୟା ଦେଖାଦେଇଛି। ଏହି କାରଣରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉତ୍ତର ଭାରତରେ ଲଗାତାର ଥଣ୍ଡା ଏବଂ କୁହୁଡ଼ି ହେତୁ ଲକ୍ଷ୍ନୌର ଚୌଧରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରର 17 ଟି ବିମାନକୁ ବାତିଲ କରିଦିଆଯାଇଛି।ଏହା ବ୍ୟତୀତ 24ଟି ବିମାନ ବିଳମ୍ବରେ ଚାଲୁଛି। ଦିଲ୍ଲୀ ବିମାନବନ୍ଦରରୁ ଯାଉଥିବା ପ୍ରାୟ 30 ବିମାନ ବିଳମ୍ବ ହୋଇଛି ଏବଂ ପାଣିପାଗ ଖରାପ ଯୋଗୁଁ 17 ଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ଦିଲ୍ଲୀକୁ 30 ଟି ଟ୍ରେନ୍ ଘନ କୁହୁଡ଼ି ହେତୁ ବିଳମ୍ବରେ ଚାଲୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |