୧୮ରେ ଜଗନ୍ନାଥ ଏକ୍ସପ୍ରେସର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୬।୧:  ଭକ୍ତଙ୍କ ପାଇଁ ସହଜ ହେବ ଶ୍ରୀଜିଉଙ୍କ ଦର୍ଶନ । ରାଜ୍ୟର ସବୁ ଜିଲା ମୁଖ୍ୟାଳୟରୁ ପୁରୀ ଯାଏ ଜଗନ୍ନାଥଙ୍କ ଦର୍ଶନକୁ ସୁବିଧାଜନକ କରିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ। ଲକ୍ଷ୍ମୀ ତୃତୀୟ ଟିୟରରେ ଗଡିବ ଜଗନ୍ନାଥ ଏକ୍ସପ୍ରେସ। ଏସି ଡିଲକ୍ସ ଲକଜୁରିଅସ ବସରେ ଶ୍ରଦ୍ଧାଳୁ ଜିଲା ମୁଖ୍ୟାଳୟରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଫେରିପାରିବେ। ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରେ ଆରମ୍ଭ ହେବ। ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ|ସବୁ ବସ୍ ଭୁବନେଶ୍ୱର ଦେଇ ଯିବ ଶ୍ରୀକ୍ଷେତ୍ର । ଜିଲ୍ଲା ମୁଖ୍ୟାଳୟରୁ ଆସି ଜଗନ୍ନାଥ ଦର୍ଶନର ସୁଯୋଗ ପାଇବେ ଶ୍ରାଦ୍ଧାଳୁ । ଲକ୍ଷ୍ମୀ ଯୋଜନାର ପ୍ରଥମ ଟାଇଆର ଗାଁରୁ ବ୍ଲକ ଅଛି । ଦ୍ଵିତୀୟ ଟାଇଆର ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ। ତୃତୀୟ ଟାଇଆରରେ ଜଗନ୍ନାଥ ଏକ୍ସପ୍ରେସ ଜିଲ୍ଲା ମୁଖ୍ୟଳୟରୁ ପୁରୀ ଯିବେ । ଲକ୍ଷ୍ମୀ ଯୋଜନାର ପ୍ରଥମ ଟିୟରରେ ଗାଁରୁ ବ୍ଲକକୁ ବସ ଯାତୟତ କରୁଛି। ଦ୍ବିତୀୟ ଟିୟର ବ୍ଲକରୁ ହେଡକ୍ଵାର୍ଟର ଓ ତୃତୀୟ ଟିୟର ଜଗନ୍ନାଥ ଏକ୍ସପ୍ରେସ ଜିଲ୍ଲା ହେଡକ୍ଵାର୍ଟରରୁ ପୁରୀକୁ ଗଡ଼ିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!