ବେଙ୍ଗାଲୁରୁ,୧୭।୧:ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି -୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯିବ। ବେଙ୍ଗାଲୁରୁରେ ହେବାକୁ ଥିବା ମ୍ୟାଚ ପାଇଁ ଟିମ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆଫ୍ଗାନିସ୍ତାନ ବିପକ୍ଷରେ ପ୍ରଥମ ୨ଟି ମ୍ୟାଚ୍ ଜିତି ୩ ମ୍ୟାଚ୍ର ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ହାତେଇ ନେଇଛି ଘରୋଇ ଭାରତ। ବୁଧବାର ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ପ୍ରଥମ ୨ଟି ମ୍ୟାଚ୍ରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ଭାରତ ୩ୟ ମ୍ୟାଚରେ ମଧ୍ୟ ଏହି ଧାରା ଜାରି ରଖିବ ବୋଲି ଅନୁମାନ କରାଯାଉଛି। ଟ୍ବେଣ୍ଟି୨୦ ବିଶ୍ବକପ୍କୁ ନଜରରେ ରଖି ଚଳିତ ଶୃଙ୍ଖଳାରେ ଭାରତ ଯେପରି କ୍ରିକେଟ୍ ଖେଳିବାକୁ ଲକ୍ଷ୍ୟ ରଖିଥିଲା । ତାହା ଅଦ୍ୟାବଧି ସଫଳ ହୋଇଛି। ମୋହାଲି ଓ ଇନ୍ଦୋର ମ୍ୟାଚ୍ ପରି ବେଙ୍ଗାଲୁରୁ ଟି୨୦ ମ୍ୟାଚ୍ରେ ଆକ୍ରମଣାତ୍ମକ ମନୋଭାବରେ ଖେଳିବା ନେଇ ଆଶା ରହିଛି। ବିଶ୍ବକପ୍ ପୂର୍ବରୁ ଭାରତର ଅନ୍ତିମ ଟି୨୦ ଶୃଙ୍ଖଳା ପୂର୍ବରୁ ଯୋଜନାବଦ୍ଧ ଭାବେ ଭାରତ ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ ନିଶ୍ଚିତ କରିଥିଲା।
ଭାରତ
ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ତିଳକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା ଓ ସଞ୍ଜୁ ସାମସନ (ଉଭୟ ୱିକେଟରକ୍ଷକ), ଶିବମ ଦୁବେ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଆଭେଷ ଖାନ୍ ଓ ମୁକେଶ କୁମାର।
ଆଫଗାନିସ୍ତାନ
ଇବ୍ରାହିମ ଜଡ୍ରାନ, (ଅଧିନାୟକ), ରହମନୁଲ୍ଲା ଗୁରବାଜ ଓ ଇକ୍ରାମ ଅଲ୍ଲୀଖୀଲ (ଉଭୟ ୱିକେଟରକ୍ଷକ), ହଜରତଉଲ୍ଲା ଜାଜାଇ, ରହମତ ଶାହ, ନଜିବୁଲ୍ଲା ଜଡ୍ରାନ, ମହମ୍ମଦ୍ ନବି, କରିମ ଜାନତ, ଆଜମଉଲା ଓମରଜାଇ, ସରାଫୁଦ୍ଦିନ ଅଶ୍ରଫ, ମୁଜୀବ-ଉର-ରହମନ, ଫଜଲ ହକ୍ ଫାରୁକି, ଫରୀଦ ଅହମ୍ମଦ୍, ନବୀନ-ଉଲ-ହକ୍, ନୁର ଅହମ୍ମଦ୍, ମହମ୍ମଦ୍ ସଲୀମ୍, କାଏସ ଅହମ୍ମଦ୍, ଗୁଲବଦିନ ନାଏବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |