ଭୁବନେଶ୍ୱର,୧୫ା୧: କଂଗ୍ରେସକୁ ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର। ଏଥିସହିତ ତାଙ୍କ ସ୍ତ୍ରୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ ମଧ୍ୟ ଦଳକୁ ଫେରିଛନ୍ତି। ଦିଲ୍ଲୀରେ ଗିରିଧରଙ୍କ ପରିବାର ସଦସ୍ୟ କଂଗ୍ରେସ ହାତ ଧରିଛନ୍ତି। ଏହି ସମୟରେ ଅଜୟ ମାକେନ, ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ଗମାଙ୍ଗ ପରିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ପୂର୍ବତନ ଏମ୍ପି ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି।ଗିରିଧରଙ୍କ ସହ ପତ୍ନୀ ହେମା ଏବଂ ପୁଅ ଶିଶିର ବି ଫେରିଲେ ।ଦିଲ୍ଲୀରେ କଂଗ୍ରେସ ହାତ ଧରିଲେ ଗମାଙ୍ଗ ପରିବାର । ପିସିସି ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସାମିଲ ହେଲେ । ଗତ ୧୪ ତାରିଖ ଦିନ ଗିରିଧର ଗମାଙ୍ଗ ନିଜ ପରିବାର ସହ ନୂଆଦିଲ୍ଲୀରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିଥିଲେ ।ଦଳର ମୁଖ୍ୟାଳୟରେ କୋଷାଧ୍ୟକ୍ଷ ଅଜୟ ମାକେନଙ୍କ ଉପସ୍ଥିତିରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗମାଙ୍ଗ ପରିବାର ଦିଲ୍ଲୀରେ ହାଇକମାଣ୍ଡଙ୍କ ସମେତ ଆଗଧାଡିର ଅନେକ ନେତାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହି ବରିଷ୍ଠ ନେତାମାନେ ଦଳରେ ଯୋଗଦେବା ପରେ କଂଗ୍ରେସ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଅଧିକ ସଂଗଠିତ ହୋବ ବୋଲି ପ୍ରଭାରୀ ଅଜୟ କୁମାର କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |