୩-୦ରେ ସିରିଜ ଜିତିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୧୮।୧:ଭାରତ-ଆଫଗାନିସ୍ତାନ ବିପକ୍ଷ ତୃତୀୟ ମ୍ୟାଚରେ  ଡବଲ ସୁପର ଓଭର । ପ୍ରଥମ ସୁପର ଓଭର ଟାଇ ହେବା ପରେ ଏହି ମ୍ୟାଚରେ ଆଉ ଏକ ସୁପର ଓଭର ମ୍ୟାଚ ଦେଖିବାକୁ ମିଳିଛି । ସିରିଜକୁ ୩-୦ରେ କଲା କ୍ଲିନ ସ୍ୱିପ୍ । ବୁଧବାର ବେଙ୍ଗାଲୁରୁରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ଥାନକୁ ପରାସ୍ତ କରି ସିରିଜକୁ ୩-୦ରେ କ୍ଲିନ ସ୍ୱିପ କରିଛି ଭାରତ।ଏହି ମ୍ୟାଚରେ ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ କରିଥିଲା। ଏକଦା ୨୨ ରନ୍‌ରେ ଭାରତର ୪ଟି ୱିକେଟ ଯାଇଥିବା ବେଳେ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ସହ ରିଙ୍କୁ ସିଂହଙ୍କ ବିସ୍ଫୋରକ ଇନିଂସ ଦ୍ୱାରା ଭାରତ ୨୦ ଓଭରରେ ୪ ୱିକେଟ ହରାଇ ୨୧୨ ରନ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ଥାନ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୨୧୨ ରନ ସଂଗ୍ରହ କରିଥିଲା।ମ୍ୟାଚ୍‌ ଟାଇ ହେବାରୁ ସୁପର ଓଭର ଖେଳାଯାଇଥିଲା। ଯେଉଁଥିରେ ଆଫଗାନିସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୬ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ବି ଗୋଟିଓ ୱିକେଟ ହରାଇ ୧୬ ରନ କରିଥିଲା। ଫଳରେ ଦ୍ୱିତୀୟ ଥର ଲାଗି ସୁପର ଓଭର ଖେଳାଯାଇଥିଲା।ଭାରତ ପ୍ରଥମେ ବ୍ୟାଟିଂ କରି ଗୋଟିଏ ଓଭରରେ ୧୧ ରନ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ଥାନ ମାତ୍ର ୧ ରନରେ ୨ ଟି ୱିକେଟ ହରାଇ ମ୍ୟାଚ ହାରିଥିଲା। ସ୍ପିନର ରବି ବିଷ୍ମୋୟୀ ୧ ରନ ଦେଇ ଦୁଇଟି ୱିକେଟ ନେଇଥିଲେ। ଭାରତର ଅଧିନାୟକ ରୋହିତ ଶର୍ମା ମ୍ୟାନ ଫ ଦି ମ୍ୟାଚ୍ ହୋଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!