ପୋଖରୀରେ ଡଲଫିନ୍

ବାଲେଶ୍ୱର, ୧୮ା୧:ନଦୀରୁ ମିଳିଲା ଡଲଫିନ୍, ପୋଖରୀରେ ଛାଡ଼ିଲେ ଗାଁଲୋକେ। ଏମିତି କିଛି ଘଟଣା ଘଟିଛି ବାଲେଶ୍ୱର ବସ୍ତା ବ୍ଲକରେ। ବାଲେଶ୍ବର ବସ୍ତା ବ୍ଲକ ନାଳବହାରଠାରେ ଜଳକା ନଦୀରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ଏକ ଡଲଫିନ୍। ୨୫ କିଲୋ ଓଜନର ଏହି ଡଲଫିନ୍ ଜାଲରେ ପଡ଼ିବା ପରେ ଏହାକୁ ଦେଖିବାକୁ ପ୍ରବଳ ଲୋକଙ୍କ ଭିଡ଼ ଜମିଥିଲା।ଜଳକା ନଦୀରେ ଭାସୁଥିଲା ଡଲ୍‌ଫିନ୍। ଗାଁ ଲୋକେ ଧରି ପୋଖରୀରେ ଛାଡ଼ିଥିଲେ। ବନ ବିଭାଗ ଏ ସମ୍ପର୍କରେ ଜାଣିପାରି ପୋଖରୀରୁ ଡଲ୍‌ଫିନ୍‌କୁ ଉଦ୍ଧାର କରି ସମୁଦ୍ରରେ ଛାଡ଼ିଛି। ବାଲେଶ୍ୱର ଜିଲ୍ଲାରୁ ଆସିଛି ଏପରି ଖବର।ବସ୍ତା ଦେଇ ପ୍ରବାହିତ ହୋଇଛି ଜଳକା ନଦୀ। ଆଜି ସକାଳେ ସେହି ନଦୀର ନଳବାହାରରେ ଗୋଟିଏ ଡଲ୍‌ଫିନ୍‌ ଭାସୁଥିଲା। ଏହାକୁ କୁମ୍ଭୀର ଭାବି ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। ପରେ ନଦୀ ପାର୍ଶ୍ୱବର୍ତ୍ତୀ ଗାଁର ହରିହର ମାଝି ସେହି ଡଲ୍‌ଫିନ୍‌ ଉପରେ ଜାଲ ପକାଇ ଦେଇଥିଲେ। ଡଲ୍‌ଫିନ୍‌ଟି ଜାଲ୍‌ରେ ପଡ଼ି ଯାଇଥିଲା। ଗାଁ ଲୋକେ ଡଲ୍‌ଫିନ୍‌ ବୋଲି ଜାଣିବାପରେ କାନ୍ଧରେ ବୋହି ନେଇ ପୋଖରୀରେ ଛାଡ଼ିଥିଲେ। ଉଦ୍ଧାର ହୋଇଥିବା ଡଲ୍‌ଫିନ୍‌ର ଓଜନ ୨୦ରୁ ୨୫ କେଜି ହେବ ବୋଲି ଅନୁମାନ କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!