ଜୁନିୟର ଶିକ୍ଷକ ନିଯୁକ୍ତି ମେରିଟ୍ ଲିଷ୍ଟରେ ଅନିୟମିତତା ଅଭିଯୋଗ କଲେ ଅଶାୟୀ

ଭୁବନେଶ୍ୱର,୧୮ା୧:ଓଡ଼ିଶା ଜୁନିଅର ଟିଚର-ସିବିଟି ପରୀକ୍ଷା ମେରିଟ୍ ଲିଷ୍ଟ ପ୍ରକାଶ ପରେ ଅସନ୍ତୁଷ୍ଟ ଆଶାୟୀ । କନିଷ୍ଠ ଶିକ୍ଷକ ଆଶାୟୀ ମାନେ ମେରିଟ୍ ଲିଷ୍ଟରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି। ଏନେଇ ବହୁ ସଂଖ୍ୟାରେ ଅଶାୟୀ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମେରିଟ୍ ଲିଷ୍ଟ ପ୍ରକାଶ ପୂର୍ବରୁ କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି।ପରୀକ୍ଷାର୍ଥୀଙ୍କ ନାଁ ମାହାଲ ମାଣ୍ଡା। ତାଙ୍କ ବାପାଙ୍କ ନାଁ ମାହାଲ ମାଣ୍ଡା ପ୍ରୋ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଇ-ଆଡମିଟ୍ କାର୍ଡରେ ଏଭଳି ଅଜବ ନାଁକୁ ନେଇ ଖପ୍ପା ଓଡ଼ିଶା ଜୁନିଅର ଟିଚର ଆଶାୟୀ। କେବଳ ଏତିକି ନୁହେଁ, ଗୋଟିଏ ଆଡମିଟ୍‌ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ବଦଳରେ ପକ୍ଷୀର ଚିତ୍ର ଲାଗିଥିବା ଦେଖିବାକୁ ମିଳିଛି। ଓଡ଼ିଶା ଜୁନିଅର ଟିଚର(ସିବିଟି) ପରୀକ୍ଷା ମେରିଟ୍‌ ଲିଷ୍ଟ ପ୍ରକାଶ ପରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି ଆଶାୟୀ। ବହୁ ସଂଖ୍ୟାରେ ଅଶାୟୀ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମେରିଟ୍‌ ଲିଷ୍ଟ ପ୍ରକାଶ ପୂର୍ବରୁ କଟ୍‌ ଅଫ୍‌ ତାଲିକା ପ୍ରକାଶ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ତା’ସହ ଚୂଡ଼ାନ୍ତ ଉତ୍ତର ଖାତା ନମିଳିବା, ଅଧିକ ନମ୍ବର ରଖିଥିବା ଅନେକ ପିଲା ମେରିଟ୍‌ ଲିଷ୍ଟରେ ନଥିବା ଅଭିଯୋଗ କରି ଅସନ୍ତୋଷ ଝାଡ଼ିଛନ୍ତି ଆଶାୟୀ। ଆଜି ବହୁ ସଂଖ୍ୟାରେ ଅଶାୟୀ କଟଅଫ ଜାଣିବାକୁ RTI ଆବେଦନ କରିବାକୁ ଆସିଛନ୍ତି।କନିଷ୍ଠ ଶିକ୍ଷକ ଆଶାୟୀମାନେ ଏ ସମ୍ପର୍କରେ ଜାଣିବା ପାଇଁ ଓସେପା ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ। ମାତ୍ର ଆଲୋଚନା ବିଫଳ ହୋଇଥିଲା। ପରେ ସେମାନେ ଫାଇଭ-ଟି ଅଧ୍ୟକ୍ଷଙ୍କ ବାସଭବନ ଆଡ଼କୁ ଯିବା ବେଳେ, ଅଧାବାଟରେ ଅଟକାଇଥିଲା କମିଶନରେଟ୍‌ ପୁଲିସ। ଏହାପରେ ସେମାନେ ରାସ୍ତାକଡ଼ରେ ଧାରଣାରେ ବସିଥିଲେ। ଏହାପରେ ଡିସିପିଙ୍କ ସହ ଆଲୋଚନା କରି ଗଣଶିକ୍ଷା ବିଭାଗ ସଚିବଙ୍କ ସହ ସେମାନଙ୍କୁ ଆଲୋଚନା ପାଇଁ ନିଆଯାଇଥିବା ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!