ଦିଲ୍ଲୀରେ ପ୍ରବଳ ଶୀତ, ୟେଲୋ ଆଲର୍ଟ ଜାରି

ନୂଆଦିଲ୍ଲୀ,୧୯।୧:ଦିଲ୍ଲୀରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି । ଦେଖା ଯାଉନି ରାସ୍ତା ଘାଟ । ଦୃଶ୍ୟମାନ ଦୂରତା ୨୦ ମିଟରରୁ କମ ରହୁଥିବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ । ଇନ୍ଦିରା ଗାନ୍ଧି ବିମାନ ବନ୍ଦରରୁ ଦେଶର ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ବିମାନ ବିଳମ୍ବରେ ଚାଲୁଛି । ଯାହାକୁ ନେଇ ଯାତ୍ରୀ ମାନେ ସମସ୍ୟା ଭୋଗୁଛନ୍ତି ।  ଖରାପ ପାଗ ଯୋଗୁଁ ବିମାନ ଚଳାଚଳ ସମୟ ପ୍ରଭାବିତ ହୋଇଥିବାରୁ ଯାତ୍ରୀଙ୍କୁ ସୂଚନା ଜାରି କରାଯାଇଛି । ସେପଟେ ଅନେକ ଟ୍ରେନ ମଧ୍ୟ ବିଳମ୍ବରେ ଚାଲୁଛି । ଦୂର ସ୍ଥାନକୁ ଯାତ୍ରା କରିବାକୁ ଷ୍ଟେସନରେ ପହଞ୍ଚିଥିବା ଯାତ୍ରୀ ଅଟକି ରହିଛନ୍ତି । କୁହୁଡ଼ି ପାଇଁ ଗାଡ଼ି ମିଳୁ ନଥିବାରୁ ବହୁ ସମସ୍ୟା ଭୋଗୁଛନ୍ତି ଲୋକେ । କୁହୁଡ଼ି ସହ ପ୍ରବଳ ଜାଡ଼ ଲୋକଙ୍କୁ କଲବଲ କରୁଛି ।ଘନ କୁହୁଡ଼ି ସହିତ ଉତ୍ତର ଭାରତର ଅଧିକାଂଶ ଅଂଶ ଶୀତଳ ତରଙ୍ଗ ଖେଳିଯାଇଛି। ଏହି କାରଣରୁ ଜାତୀୟ ରାଜଧାନୀରେ ରେଳ ଏବଂ ବିମାନ ଚଳାଚଳ ବ୍ୟାହତ ହୋଇଛି। ଗତବର୍ଷ ଡିସେମ୍ବର ୨୯ ତାରିଖରୁ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୫-୮ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି, ଫଳସ୍ୱରୂପ ଦୀର୍ଘ ସମୟ ଧରି ଥଣ୍ଡା ଅନୁଭୂତ ହେବାରେ ଲାଗିଛି। ଦିଲ୍ଲୀ ସମେତ ପୂରା ଉତ୍ତର ଭାରତରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି । ୨୧ ତାରିଖ ଯାଏ ଶୀତ ଲହରୀ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଥଣ୍ଡାକୁ ନେଇ ଦିଲ୍ଲୀରେ ୟେଲୋ ଆଲର୍ଟ ମଧ୍ୟ ଜାରି କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!