ଭଦ୍ରକ,୨୦।୧: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନ କେନ୍ଦୁଆପଦା RI ଶରତ କୁମାର ଜେନା । ଜମିର କିସମ ପରିବର୍ତ୍ତନ ଲାଗି ଆବେଦନ କରିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଶରତ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି।ଖାନାବାଡ଼ି ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିକୁ ଘରବାଡ଼ି ପଟ୍ଟାରେ ପରିବର୍ତ୍ତନ କରିବା ପାଇଁ କେନ୍ଦୁଆପଦା ଆରଆଇ ଅଫିସରେ ଆବେଦନ କରିଥିଲେ। କିନ୍ତୁ ଆରଆଇ ଶରତ କୁମାର ଜେନା ତାଙ୍କୁ ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।କେନ୍ଦୁଆପଦା ରାଜସ୍ୱ ସର୍କଲ ଆର.ଆଇ ଶରତ ଜେନା ଅଣ୍ଢେଇପଲି ଖାନବାଡ଼ି ଅଞ୍ଚଳର ପ୍ରଶାନ୍ତ ଜେନାଙ୍କୁ ତାଙ୍କ ପୈତୃକ ଜମିର କିସମ ପରିବର୍ତ୍ତନ ଲାଗି ତଦନ୍ତ ରିପୋର୍ଟ ବାବଦକୁ ୯ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ। ଏ ସମ୍ପର୍କରେ ପୂର୍ବରୁ ପ୍ରଶାନ୍ତ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ସହ ଯୋଗାଯୋଗ କରିଥିଲେ । ଆଜି ଭଦ୍ରକ ତହସିଲଦାରଙ୍କ ଠାରେ ଉକ୍ତ କିସମ ପରିବର୍ତ୍ତନ ରିପୋର୍ଟ ଦାଖଲ ଲାଗି ଆର.ଆଇ ତାଙ୍କ କାର୍ଯ୍ୟାଳୟରେ ୯ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |