ୱିଙ୍ଗସ ଇଣ୍ଡିଆ-୨୦୨୪ରେ ଓଡ଼ିଶାକୁ ଏକ ନମ୍ବର ମାନ୍ୟତା

ଭୁବନେଶ୍ୱର ,୨୧।୧:  ଜାତୀୟସ୍ତରରେ ଚମକିଛି ଓଡ଼ିଶା । ବିମାନ ସଂଯୋଗୀକରଣ କ୍ଷେତ୍ରରେ ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି ଓଡ଼ିଶା । ଏନେଇ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିବା ୱିଙ୍ଗସ ଇଣ୍ଡିଆ-୨୦୨୪ରେ ଓଡ଼ିଶାକୁ ଏକ ନମ୍ବର ମାନ୍ୟତା ମିଳିଛି  |ରାଜ୍ୟର କଳାହାଣ୍ଡିର ଉତକେଲା, ମାଲକାନଗିରି, ଝାରସୁଗୁଡ଼ା, ରାଉରକେଲା, ଜୟପୁର, ରଙ୍ଗେଇଲୁଣ୍ଡାକୁ ବିମାନ ସେବା ଆରମ୍ଭ ହେବା ସହିତ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତ୍ରୀମାନେ ମାତ୍ର କେଇ ଘଣ୍ଟା ମଧ୍ୟରେ ବିମାନରେ ପହଞ୍ଚି ପାରୁଛନ୍ତି । ରାଜ୍ୟ-ରାଜ୍ୟ ମଧ୍ୟରେ ବିମାନ ସେବା ଆରମ୍ଭ କରିବାରେ ଓଡ଼ିଶା ଅଗ୍ରଣୀ ଲାଭ କରିଛି । ରାଜ୍ୟ ସରକାରଙ୍କ ଏହି ନିରନ୍ତର ପ୍ରୟାସ ଫଳରେ ଓଡ଼ିଶା ଆଜି ଜାତୀୟ ସ୍ତରରେ ବଡ଼ ସଫଳତା ହାସଲ କରିଛି । ଓଡ଼ିଶାର ଏହି ଭିନ୍ନ ପ୍ରୟାସକୁ ଆଜି ଜାତୀୟ ସ୍ତରରେ ସ୍ୱୀକୃତି ମିଳିବା ନିଶ୍ଚିତ ଭାବେ ରାଜ୍ୟ ପାଇଁ ଏକ ଗୌରବର ବିଷୟ । କେବଳ ରାଜ୍ୟ ରାଜ୍ୟ ମଧ୍ୟରେ ନୁହେଁ ବରଂ ସାରା ବିଶ୍ୱକୁ ଆକାଶମାର୍ଗରେ ଯୋଡ଼ିବାକୁ ରାଜ୍ୟ ସରକାର କ୍ରମାଗତ ଭାବେ ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ଭୁବନେଶ୍ୱରରୁ ସିଧାସଳଖ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ବିମାନ ଚଳପ୍ରଚଳ ହୋଇପାରିଛି । ଆଗାମୀ ଦିନରେ ବିଶ୍ୱର ଅନ୍ୟ ରାଷ୍ଟ୍ରକୁ ମଧ୍ୟ ସିଧାସଳଖ ବିମାନସେବା ଆରମ୍ଭ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!